ତେଲେଙ୍ଗାନା ରେ ବନ୍ଧlଦାଦନ ଶ୍ରମିକଙ୍କ ଜୀବନ କ’ଣ ଶସ୍ତା ?

ତେଲେଙ୍ଗାନା ରେ ବନ୍ଧlଦାଦନ ଶ୍ରମିକଙ୍କ ଜୀବନ କ’ଣ ଶସ୍ତା ?

ମିଡିଆ ଜରିଆରେ ମୁକ୍ତି ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଙ୍କୁ ନିବେଦନ କରିଛନ୍ତି

ବଲାଙ୍ଗିର,ବଲାଙ୍ଗିର ରେ ସରକାରଙ୍କ ଅନେକ ଯୋଜନା ରହିଥିଲେ ମଧ୍ୟ ଦରିଦ୍ରତାର ତାଡନା ଏବଂ ପରିବାର ପରିପୋଷଣ ଓ ପେଟପାଟଣା ପାଇଁ ଘରଦ୍ୱାର ଛାଡି ବଲାଙ୍ଗିର, ନୂଆପଡା, କଳାହାଣ୍ଡି ପ୍ରମୁଖ ଜିଲ୍ଲାରୁ ବହୁ ଶ୍ରମିକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଚାଲିଯାଇଛନ୍ତି । ହେଲେ ପ୍ରତ୍ୟେକ ବର୍ଷ ବାହାର ରାଜ୍ୟରେ ଏହି ଦାଦନ ଶ୍ରମିକମାନେ ଭିନ୍ନ ଭିନ୍ନ ଭାବେ ବିଭିନ୍ନ ଲୋକଙ୍କ ଦ୍ୱାରା ଶାରୀରିକ, ମାନସିକ ଭାବେ ନିର୍ଯ୍ୟାତିତ ହେଉଥିବା ବେଳେ ନିରୀହ ଶ୍ରମିକମାନେ ଇଟାଭାଟିରେ ଖଟି ଖଟି ରୋଗଗ୍ରସ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି ।

ଏଦିଗରେ ସ୍ଥାନୀୟ ପ୍ରଶାସନ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ତରଫରୁ ଦୋଷୀମାନଙ୍କ ପ୍ରତି କୌଣସି ପଦକ୍ଷେପ ନିଆଯାଉ ନାହିଁ । ସରକାର ଏବଂ ପ୍ରଶାସନର ଏହି ମନୋଭାବ ଯୋଗୁଁ ଦାଦନ ଶ୍ରମିକର ଜୀବନ ବହୁତ ଶସ୍ତା ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଚାଲିଛି । ବାହାର ରାଜ୍ୟରେ ଗୋତି ଖଟିଥିବା ଏହି ଶ୍ରମିକମାନଙ୍କ ଯାତନାର ଅନ୍ତ କେବେ ତାହା ବିରାଟ ପ୍ରଶ୍ନବାଚୀ ? ତେବେ ଗତ ୧୫ ଦିନ ଭିତରେ ଠିକ ଏଭଳି ଚାରୋଟି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅନ୍ତର୍ଗତ ଦେବା ଦାଦନ ଦଲାଲ୍ ଦେବା ସେଠ୍ ପିତା: ପ୍ରଦୀପ ସେଠ୍ ର ମାଧ୍ୟମରେ ପ୍ରାୟ ୨୬ଟି ପରିବାର ତେଲେଙ୍ଗାନା ର ବାର୍ଲିକ୍ କମ୍ପାନୀ ରେ ଯାଇ ନିର୍ଯାତନା ର ଶିକାର ହେଉଛନ୍ତି ବୋଲି କର୍ଲାମାଲ କ ପାଣି ଗ୍ରାମ ର ସୁରେଶ ନାଗ ଓ ଗୋକୁଳ ଯାଦବ ମିଳିଥିବା ସୂଚନା ଅନୁଯାୟୀ ବା କମ୍ପାନୀ ର ମାଲିକ ହେଉଛନ୍ତି ପଥଲାଭଥ କ୍ରିଷ୍ଣା ନାଏକ, ସତ୍ ନଗର, ଗ୍ରାମପଞ୍ଚାୟତ ରିଗାପୁର, ପୋଲିସ ଷ୍ଟେସନ କଟୁର୍, ବ୍ଲକ - ସତ୍ ନଗର, ଜିଲ୍ଲା - ଆର୍ ଆର୍ ବୋଲି ଜଣାପଡିଛି ।ବାରମ୍ବାର ଏହି ଘଟଣା ଘଟିଚାଲିଥିଲେ ମଧ୍ୟ ରୋକିବା ପାଇଁ ସରକାରଙ୍କ ସେପରି କୌଣସି ପଦକ୍ଷେପ ନେଉ ନାହାନ୍ତି । ବାସ୍ତବରେ କେବିକେ ପ୍ରସଙ୍ଗରେ ସରକାର ଯେଉଁ ଚିତ୍ର ଦେଶକୁ ଦେଖାଉଛନ୍ତି ତାହା ଗ୍ରାମାଞ୍ଚଳ ସ୍ତରରେ କେତେ ଯେ ଦୁର୍ବଳ; ଏହା ସ୍ପଷ୍ଟ ହେଉଛି । ଯୋଜନା ପରେ ଯୋଜନା ଘୋଷିତ ହେଉଛି । ମାତ୍ର ଏହାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚି ନପାରିବାରୁ ଦାଦନ ମୃତ୍ୟୁ ପରି କଳଙ୍କିତ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆମେ ଏ ସମ୍ପର୍କରେ ବଲାଙ୍ଗୀର ଜିଲ୍ଲା ଶ୍ରମ କମିଶନର ସୁକାନ୍ତ ସେଠିଙ୍କୁ ପଚାରିବାରୁ ସେ ଏହି ଘଟଣାକୁ ଅତ୍ୟନ୍ତ ହାଲୁକା ଭାବରେ ନେଇ ଥିଲେ । ଯାହାକି ଦୁର୍ଭାଗ୍ୟଜନକ । ଶ୍ରମ କମିସନର ଙ୍କ ଆନ୍ତରିକତା ର ଅଭାବ ଜଳଜଳ ହୋଇ ଦେଖା ଯାଉଥିଲା। ସତେ ଯେମିତି ଦାଦନ ସମସ୍ୟା ଦୂର କରିବା ଦିଗରେ ଏଠି ବଲାଙ୍ଗୀର ଜିଲ୍ଲା ପ୍ରଶାସନ ହାତ ଟେକି ଦେଇଛି । ଦେଖିବାକୁ ବାକି ରହିଲା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କି ପଦକ୍ଷେପ ଗ୍ରହଣ କରାଯାଇଛି ଏହି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଆଗାମୀ ଦିନରେ lବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍ l