ନାମାଙ୍କନ ଭରିଲେ ଅଭିନନ୍ଦନ
ନୂଆପଡ଼ା, (୨୨/୦୪) ସ୍ୱତନ୍ତ୍ରବାର୍ତା ବ୍ୟୁରୋ : ନୂଆପଡା ନିର୍ବାଚନ ମଣ୍ଡଳୀ ର ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ନୂଆପଡା ବିଜେପି ଅଫିସ ବିଜେପି ର ଶତାଧିକ କର୍ମୀ ଏକତ୍ରିତ ହୋଇଥିଲେ । ପରେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଙ୍କ ନେତୃତ୍ୱ ରେ ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରି ନୂଆପଡା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଲୟ ରେ ପହଂଚି ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଅଭିନନ୍ଦନଙ୍କ ସମର୍ଥନ ରେ ସହ ସହ ସଂଖ୍ୟା ରେ ବାଇକ ଏବଂ କାର ଶୋଭାଯାତ୍ରା ରେ ସାମିଲ ହୋଇ ବିଜେପି ପ୍ରାର୍ଥୀ କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ନାରାବାଜି କରିଥିଲେ । ଏହି ନାମାଙ୍କନ ଶୋଭାଯାତ୍ରା ରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ବିଜେପି ନେତା ହରିଶ ଚନ୍ଦ୍ର ପଣ୍ଡା, ସରୋଜ ସାହୁ, ଖରିଆରରୋଡ଼ ଏନଏସି ଅଧକ୍ଷା ସୋନିଆ ଅଗ୍ରୱାଲ, ଗୋଲଡି ଅଗ୍ରୱାଲ, ବୈରାଜ ସାହୁ, ଚନ୍ଦନ ଠାକୁର, ଦୃଷ୍ଟି ମାଝୀ, ତୁଳସ ପଟେଲ, ପ୍ରମୁଖ ସାମିଲ ହୋଇଥିଲେ ।