ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା
BJD FOURTH PHASE CANDIDATE LIST ANNOUNCED
ବିଜେଡିର ପ୍ରାର୍ଥୀ ତାଲିକା
ଭୁବନେଶ୍ୱର (୧୧/୦୪) ସ୍ୱତନ୍ତ୍ରବାର୍ତା ବ୍ୟୁରୋ : ବିଜୁ ଜନତା ଦଳ ଆଜି ତାହାର ଅବଶିଷ୍ଟ ଗୋଟିଏ ଲୋକସଭା ଆସନ ସହିତ ଆଉ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।ବାଲେଶ୍ୱର ଲୋକସଭା ଆସନ ପାଇଁ ସଦ୍ୟ ବିଜେଡିରେ ଯୋଗ ଦେଇଥିବା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନାମ ବିଜେଡି ଘୋଷଣା କରିଛି । ବିଜେପିରୁ ଆସି ଚାରି ଦିନ ତଳେ ଲେଖାଶ୍ରୀ ବିଜେଡିରେ ଯୋଗ ଦେଇଥିଲେ ।ସେହିଭଳି ବିଧାନସଭା ଆସନ ମଧ୍ୟରେ ଭୁବନେଶ୍ୱର ମଧ୍ୟ ଆସନରେ ବିଜେଡି ପୁଣିଥରେ ଅନନ୍ତ ନାରାୟଣ ଜେନାଙ୍କୁ ରିପିଟ୍? କରିଥିବାବେଳେ ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ, ନର୍ଲାରୁ ମନୋରମା ମହାନ୍ତି, ପାରାଦୀପ୍?ରୁ ଗୀତାଞ୍ଜଳି ରାଉତରାୟ, ବାଲିଗୁଡାରୁ ଚନ୍ଦ୍ରମଣି କହଁର, ଲକ୍ଷ୍ମୀପୁରର ପ୍ରଭୁ ଜାନି, ତେଲକୋଇରୁ ମାଧବ ସର୍ଦ୍ଦାର, ତାଳଚେରରୁ ବ୍ରଜ ପ୍ରଧାନ, ରେଢାଖୋଲରୁ ରୋହିତ ପୂଜାରୀଙ୍କ ନାମ ଘୋଷଣା ହୋଇଛି । ବିଜେଡିର ଆଜି ଏହି ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳ ପକ୍ଷରୁ ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ବିଧାନସଭା ପ୍ରାର୍ଥୀଙ୍କ ସଂଖ୍ୟା ୧୧୭ରେ ପହଞ୍ଚିଛି । ଦଳ ପକ୍ଷରୁ ଆହୁରି ୩୦ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯିବ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଆଉ ୯ ବିଧାନସଭା ଆସନ ଓ ବାକି ରହିଥିବା ଗୋଟିଏ ଲୋକସଭା ଆସନା ପାଇଁ ତାଲିକା ଘୋଷଣା କରିଛନ୍ତି । ବାଲେଶ୍ୱର ଲୋକସଭା ଆସନରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଲକ୍ଷ୍ମୀପୁର- ପ୍ରଭୁ ଜାନି , ପାରାଦୀପ- ଗୀତାଞ୍ଜଳି ରାଉତରାୟ, ସମ୍ବଲପୁର- ପ୍ରସନ୍ନ ଆଚାର୍ଯ୍ୟ , ରେଢ଼ାଖୋଲ- ରୋହିତ ପୂଜାରୀ , ତେଲକୋଇ- ମାଧବ ସର୍ଦ୍ଦାର, ତାଳଚେର- ବ୍ରଜ ପ୍ରଧାନ, ନର୍ଲା- ମନୋରମା ମହାନ୍ତି, ବାଲିଗୁଡ଼ା- ଚକ୍ରମଣି କହଁର , ଭୁବନେଶ୍ୱର ମଧ୍ୟ- ଅନନ୍ତ ନାରାୟଣ ଜେନା ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୭ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ଓ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ । ଏହାପରେ ସେହି ଦିନ ପୁଣି ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୬ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ । ପରେ ଏପ୍ରିଲ ୩ରେ ୫ ଲୋକସଭା ଆସନ ଓ ୨୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ଏପ୍ରିଲ ୫ ତାରିଖରେ ୯ ବିଧାନସଭା ଆସନ ପାଇଁ ୩ୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘଷଣା କରିଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ବର୍ତ୍ତମାନ ସୁଦ୍ଧା ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ସମସ୍ତ ଲୋକସଭା ଆସନ ଓ ୧୧୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି । ଆଉ ୩୦ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ହୋଇନାହିଁ ।