ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସନାୟକଙ୍କ ମା’ ତାରିଣୀ ଓ ମହାବୀର ହନୁମାନଙ୍କ ଯଜ୍ଞମଣ୍ଡପ ଦର୍ଶନ

କୋରେଇ,(ସ୍ୱତନ୍ତ୍ରବାର୍ତ୍ତା ) ୧୪/୦୪ : ଓଡିଆ ନବବର୍ଷ ଓ ପବିତ୍ର ମହାବିଷୁବ ପଣାସଂକ୍ରାନ୍ତି ଗାଁ ଠାରୁ ସହର ସବୁଠାରେ ମହାଆଡମ୍ବରରେ ପାଳିତ ହେଉଅଛି । ଏହି ଶୁଭ ଅବସରରେ କୋରେଇ ନିର୍ବାଚନ ମଣ୍ଡଳୀରେ ମା’ ତାରିଣୀଙ୍କର ବାର୍ଷିକ ଯଜ୍ଞ ଏବଂ ମହାବୀର ହନୁମାନଙ୍କର ବାର୍ଷିକ ଯଜ୍ଞ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିଲା । କୋରେଇ ବିଧାନସଭାର ବିଜେପି ପ୍ରାର୍ଥୀ ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ ତା.୧୩.୦୪.୨୦୨୪ରିଖ ସକାଳ ୧୦ ଘଟିକା ଠାରୁ ରାତି ପର୍ଯ୍ୟନ୍ତ ବିଭିନ୍ନ ଯଜ୍ଞ ମଣ୍ଡପରେ ଉପସ୍ଥିତ ହୋଇ ମା’ ତାରିଣୀ ଏବଂ ମହାବୀର ହନୁମାନଙ୍କୁ ଦର୍ଶନ କରି ଅଞ୍ଚଳବାସୀଙ୍କର ସୁଖଶାନ୍ତି କାମନା କରିଥିଲେ ।

ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସନାୟକଙ୍କ ମା’ ତାରିଣୀ ଓ ମହାବୀର ହନୁମାନଙ୍କ ଯଜ୍ଞମଣ୍ଡପ ଦର୍ଶନ
ମକୁନ୍ଦପୁର ଗ୍ରାମପଞ୍ଚାୟତ ମଥୁରାପୁର ମା’ ସୁନାମୁଖୀ, ମକୁନ୍ଦପୁର ମା’ ତାରିଣୀ ଦେବୀ, କଡମିଆଁ ମା’ ତାରିଣୀ ଦେବୀ, ବରୁଣ୍ଡେଇ ଗ୍ରାମପଞ୍ଚାୟତ ଖଜୁରୀନାଳୁଆ ମହାବୀର ହନୁମାନ, ବରୁଣ୍ଡେଇ ପରିଡା ସାହି ମହାବୀର ହନୁମାନ, ବରୁଣ୍ଡେଇ ଷ୍ଟେସନ୍‍ ପାଖ ମା’ ତାରିଣୀ ଦେବୀ, ଅମୃତିଆ ଗ୍ରାମପଞ୍ଚାୟତ ଭାଟସୋଲପଟା ମା’ ତାରିଣୀ ଦେବୀ, ତୁଳତୀ ଗ୍ରାମପଞ୍ଚାୟତ କୋଗାଁ ମା’ ତାରିଣୀ ଦେବୀ, କନ୍ତୋର ଗ୍ରାମପଞ୍ଚାୟତ ପୂର୍ବକୋଟ ମା’ ତାରିଣୀ ଦେବୀ, ତଳଗଡ ଗ୍ରାମପଞ୍ଚାୟତ ନଗୁଆଁ ମା’ ତାରିଣୀ ଦେବୀ, ବ୍ୟାସନଗର ପୌରପରିଷଦ ଚୋରଦା କାଳୀ ମେଲଣ ପଡିଆ ମହାବୀର ହନୁମାନ, ଦଳା ଇନ୍ଦିରାଗାନ୍ଧୀ ମା’ ତାରିଣୀ ଦେବୀ, ମୁଣ୍ଡମାଳ ମହାତ୍ମାଦେବୀ, ମୁଣ୍ଡମାଳ ମା’ ମଙ୍ଗଳା ଦେବୀ, ଖଣ୍ଡାହତା ଉପରସାହି ମହାବୀର ହନୁମାନ, ତଳସାହି ମହାବୀର ହନୁମାନ, ରସୁଲପୁର ବ୍ଲକ୍‍ ବାହାଦଲାପୁର ମା’ ତାରିଣୀ ଦେବୀ, ଫରିଦାବାଦ ମହାବୀର ହନୁମାନ, ଘୋଳପୁର ମହାବୀର ହନୁମାନ, ପାଣିକୋଇଲି ଗ୍ରାମପଞ୍ଚାୟତ ମଣିପୁର ମା’ ତାରିଣୀ ଦେବୀ, ଚାନ୍ଦପୁର ମହାବୀର ହନୁମାନ, କରଦା ଗ୍ରାମପଞ୍ଚାୟତ ରାଣୀଗୋଡା ମା’ ତାରିଣୀ ଦେବୀ, ବାଘନଟା ମହାବୀର ହନୁମାନ, ଧନେଶ୍ୱର ଗ୍ରାମପଞ୍ଚାୟତ ପଣ୍ଡୁଳା ମା’ ତାରିଣୀ ଦେବୀଙ୍କର ବାର୍ଷିକ ଯଜ୍ଞ ଉତ୍ସବରେ ଯୋଗଦେଇଥିଲେ । ପ୍ରତ୍ୟେକ ଯଜ୍ଞମଣ୍ଡପର କର୍ମକର୍ତ୍ତାମାନେ ଶ୍ରୀ ଦାସନାୟକଙ୍କୁ ସେମାନଙ୍କର ଯଜ୍ଞମଣ୍ଡପକୁ ପାଛୋଟି ନେଇ ଶୁଭେଚ୍ଛା ଜଣାଇଥିଲେ ।