ବାବୁ ରାଜ୍ ଓ ବଂଶବାଦରୁ ସମାପ୍ତ କରିବା ପାଇଁ ବିଜେଡ଼ିକୁ ପରାସ୍ତ କରନ୍ତୁ : ଶେଷଦେବ ନନ୍ଦ
ଜଗତସିଂହପୁର, ବାବୁ ରାଜ ଓ ବଂଶବାଦ ରାଜନୀତିକୁ ସମାପ୍ତ କରିବା ପାଇଁ ଆଜି ବାଲିକୁଦା ବ୍ଲକର ତରାସାଇ ପଞ୍ଚାୟତରେ ଏକ ଚାଷୀ ସମାବେଶକୁ ସମ୍ବଧିତ କରି ଏହି ବକ୍ତବ୍ୟ ରଖିଛନ୍ତି ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ। ଚାଷୀମାନଙ୍କୁ ସେ କହିଥିଲେ ଯେ, ଆପଣମାନେ ଏ ଦେଶର ସ୍ଥାୟୀ ମାଲିକ । ଆପଣଙ୍କ ଭୋଟରେ ସରକାର ତିଆରି ହୁଏ, କିନ୍ତୁ ଭୋଟ ପରେ ଆପଣଙ୍କ ପ୍ରତିନିଧି ଓ ଆପଣଙ୍କ କର୍ମଚାରୀ ଆପଣଙ୍କ କାମ ନକରି ସେମାନଙ୍କ ଦରମା ବଢ଼ାନ୍ତି । ଗୋଟିଏ ଡ୍ରେନିଂର ମିଟିଂରେ ଜଣେ ଅଫିସରଙ୍କ ମିଲ୍ ୪,୦୦୦ ଟଙ୍କା ହୋଇଥିଲା ବେଳେ, ଜଣେ ଭତ୍ତାଧାରୀ ମାସକୁ ପାଆନ୍ତି ମାତ୍ର ୧,୦୦୦ ଟଙ୍କା । ଏହି ଅବିଚାର ବ୍ୟବସ୍ଥା ବିରୋଧରେ ବିଦ୍ରୋହ କରି ନୂଆ ସରକାର ଆଣିବା ପାଇଁ ଚାଷୀ ସରକାର ଗଢ଼ନ୍ତୁ । ନିଜ ଭୋଟ ଏବେ ଚାଷୀ ବିରୋଧୀଙ୍କୁ ଦିଅନ୍ତୁ ନାହିଁ । ଯେଉଁ ଦଳ କି ସରକାର ଧାନ ରେଟ୍ ବଢ଼ାଏଁ ନାହିଁ, କ୍ଷୀର ରେଟ୍ ବଢାନ୍ତି ନାହିଁ, ରିଲିଫ୍ କୋର୍ଡ ସଂଶୋଧନ କରନ୍ତି ନାହିଁ, ଏଭଳି ସରକାରକୁ ନିର୍ବାଚନରେ ଧୂଳି ଚଟାନ୍ତୁ । ଯଦି ଭୋଟର ମୂଲ୍ୟ ଓ ମହତ୍ତ୍ବ ସାଧାରଣ ଜନତା ଥରେ ବୁଝିଯିବେ, କେହି ଗାଲୁ ଭୁରୁଡ଼ି ମାରି ପାରିବେ ନାହିଁ । ଆସନ୍ତୁ ଆମେ ଚାଷୀ, ମୂଲିଆ, ବେକାରୀ ଏବଂ ମହିଳା ସମସ୍ତେ ଗୋଟିଏ ଧାଡ଼ିରେ ଠିଆ ହୋଇ ଗୋଟିଏ ଉତ୍ତରଦାୟୀ ଶାସନ ପାଇଁ ଉଦ୍ୟମ କରିବା । ଏହା ସହ ଶ୍ରୀ ନନ୍ଦ କଂଗ୍ରେସକୁ ସମାଲୋଚନା କରି କହିଲେ ଯେ, ଏକାଧିକ କ୍ରମେ ଦେ