ଦାମନଯୋଡିରେ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ

ଦାମନଯୋଡି,୧୪/୦୪:ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ରବିବାର ପାଳିତ ହୋଇଯାଇଛି।ସେକ୍ଟର ୧ ଶ୍ରୀ ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହୋଇଥିଲା। ବହୁ ଶ୍ରଦ୍ଧାଳୁ ବିଭିନ୍ନ ମନ୍ଦିର ମାନଙ୍କରେ ଦିଅଁ ଦର୍ଶନ ସହ ଭୋଗଲାଗି କରିଥିଲେ।ସେହିପରି ଆଜି ମଧ୍ୟ ହନୁମାନଙ୍କ ଜୟନ୍ତୀ ପାଇଁ ନାଲକୋ ଟାଉନସିପ ସହିତ ମାଥାଲପୁଟ,ଭେଜାପୁଟ ଓ ମରିଚମାଳ ଆଦି ସ୍ଥାନରେ ଥିବା ଶ୍ରୀହନୁମାନଙ୍କ ମନ୍ଦିର ମାନଙ୍କରେ ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହୋଇଥିଲା।ବହୁ ଶ୍ରଦ୍ଧାଳୁ ତୁଳସୀ ବୃକ୍ଷ ଉପରେ ଛାମୁଣ୍ଡିଆ କରି ଏକ ଠେକିରେ ଜଳପ୍ରଦାନ କରୁଥିବା ଦେଖାଯାଇଥିଲା ।ବହୁ ବ୍ୟକ୍ତି ଦାମନଯୋଡିର ବିଭିନ୍ନ ସ୍ଥାନରେ ପଣା ବାଣ୍ଟୁଥିବା ଦେଖାଯାଇଥିଲା।ଏହି ଦିନଠାରୁ ବସନ୍ତ ଋତୁ ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ।ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ଦିନ।ବୈଶାଖ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଠାରୁ ସୌରବର୍ଷର ପ୍ରଥମ ଗଣନା ଆରମ୍ଭ ହୁଏ।ଏହି ଦିନଠାରୁ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଦେହର ଅତ୍ୟଧିକ ତାପ ଶକ୍ତିର ସମାନତା ରକ୍ଷା ପାଇଁ ପଣା ପାନର ବ୍ୟବସ୍ଥା ମଧ୍ୟ ଅଛି। ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିର ମାନଙ୍କରେ ପଣା ଭୋଗର ବିଧିରହିଥିବା କୁହାଯାଏ।

ଦାମନଯୋଡିରେ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ
ଦାମନଯୋଡିରେ ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ