ଶ୍ରୀହନୁମାନ ଜୟନ୍ତୀ ଓ ବିଶ୍ୱଶାନ୍ତି ଯଜ୍ଞର ପୂର୍ଣ୍ଣାହୂତି

ଦାମନଯୋଡି,୧୪/୦୪:-ନାଲକୋ ଟାଉନସିପ ସ୍ଥିତ ଉତ୍କଳର ସର୍ବୋଚ୍ଚ ଶ୍ରୀଅଭୟ ଆଞ୍ଜେନେୟଙ୍କ ବିଗ୍ରହ ଓ ଅଷ୍ଟଧାତୁ ମୂର୍ତ୍ତୀଙ୍କ ୪ଦିନ ବ୍ୟାପି ହେଉଥିବା ଜୟନ୍ତୀ ଉତ୍ସବ ରବିବାର ମହାବିଷୁବ ସଂକ୍ରାନ୍ତି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।ଏଥିସହିତ ବିଶ୍ଵଶାନ୍ତି ଯଜ୍ଞର ପୂର୍ଣ୍ଣାହୂତି ହୋଇଛି।ପୂର୍ଣ୍ଣାହୂତି ସମୟରେ ସପତ୍ନିକ ନାଲକୋ ସମୂହ ମହାପ୍ରବନ୍ଧକ ପ୍ରମୋଦ କୁମାର ବେହେରା,ନଳିନୀ ରଞ୍ଜନ ମହାନ୍ତି, କମଳ ଲୋଚନ ଜେନା,ସଞ୍ଜୟ ଗୁପ୍ତା ଓ ଆର ଏନ ନାୟକ ଉପସ୍ଥିତ ଥିଲେ।ମହାବିଷୁବ ସଂକ୍ରାନ୍ତି ଅବସରରେ ଦିବସ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଶ୍ରୀ ଅଭୟ ଆଞ୍ଜେନେୟଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା,ପୂର୍ବାହ୍ନରେ ଏକ ନୂତନ ରଥରେ ସୂର୍ଯ୍ୟ ମଣ୍ଡଳଙ୍କୁ ପ୍ରତିଷ୍ଠା କରଯାଇଥିଲା। ସୂର୍ଯ୍ୟ ନାରାୟଣଙ୍କ ପୂଜା ପରେ ଶ୍ରୀଅଭୟ ଆଞ୍ଜେନେୟଙ୍କ ମହାସ୍ନାନ, ବେଶ, ଷୋଡଶ ଉପଚାର ପୂଜା ଓ ଯଜ୍ଞ ହୋଇ ସନ୍ଧ୍ୟାରେ ପୂର୍ଣ୍ଣାହୂତି ଓ ସନ୍ଧ୍ୟା ଆରତୀ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସୁନାବେଡ଼ାରୁ ଆସିଥିବା ତ୍ରି ତାରା ଭଜନ ସନ୍ଧ୍ୟା ଭଜନ ପରିବେଷଣ କରିଥିଲେ।ସହସ୍ରାଧିକ ଶ୍ରଦ୍ଧାଳୁ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରୁ ଆସିଥିବା ପଣ୍ଡିତ ବିନୟ କୁମାର ମିଶ୍ର,ପଣ୍ଡିତ ଅଜୟ କୁମାର ଦାଶ,ପଣ୍ଡିତ ବିଜୟ କୁମାର ଦାଶ,ପଣ୍ଡିତ ସର୍ବେଶ୍ଵର ନନ୍ଦ,ପଣ୍ଡିତ ପ୍ରଶାନ୍ତ କୁମାର ବ୍ରହ୍ମା,ମହେଶ୍ୱର ପଣ୍ଡା

ଶ୍ରୀହନୁମାନ ଜୟନ୍ତୀ ଓ ବିଶ୍ୱଶାନ୍ତି ଯଜ୍ଞର ପୂର୍ଣ୍ଣାହୂତି