ବିକେଏମ୍‌ୟୁ ପକ୍ଷରୁ ଆମ୍ବେଦକର ଜୟନ୍ତୀ

ଭୁବନେଶ୍ୱର: ଭାରତୀୟ କ୍ଷେତ ମଜଦୁର ୟୁନିୟନ ବା ବିକେଏମ୍‌ୟୁ ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ଆଜି ଭାରତୀୟ ସମ୍ବିଧାନର ପ୍ରଣେତା ଭାରତରତ୍ନ ବାବାସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ବିକେଏମ୍‌ୟୁର ଶତାଧିକ କର୍ମୀ ଅଶୋକନଗରସ୍ଥିତ ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି, ରାଜମହଲ ଛକ ଅତିକ୍ରମ ପୂର୍ବକ ଏଜି ଛକଠାରେ ପହଞ୍ôଚ ସେଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ବିକେଏମ୍‌ୟୁ ପକ୍ଷରୁ ଆମ୍ବେଦକର ଜୟନ୍ତୀ

ସେଠାରେ ବିକେଏମ୍‌ୟୁର ରାଜ୍ୟ ସମ୍ପାଦକ ସୁର ଜେନା ସମବେତ ନରନାରୀଙ୍କୁ ଉଦ୍‌ବୋଧନ ଦେଇ କହିଲେ- ସାମ୍ପ୍ରଦାୟିକ ଫାସିବାଦୀ ଶକ୍ତିମାନେ ବାବାସାହେବଙ୍କ ଦ୍ୱାରା ପ୍ରଣୀତ ଭାରତୀୟ ସମ୍ବିଧାନକୁ ବଦଳାଇ ଦେଶର ଗଣତନ୍ତ୍ରକୁ ଧ୍ୱଂସ କରିବାକୁ ଚାହାଁନ୍ତି । ଏଣୁ ସେମାନଙ୍କୁ ପରାସ୍ତ କରିବା ପାଇଁ ଦେଶର ସମସ୍ତ ବାମପନ୍ଥୀ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତି ଐକ୍ୟବଦ୍ଧ ହେବା ଆବଶ୍ୟକ ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିକେଏମ୍‌ୟୁ ରାଜ୍ୟ ସହ ସମ୍ପାଦକ ଶଙ୍କର ବାରିକ, ସିପିଆଇ ଜୋନ ସହସମ୍ପାଦକ କୈଳାସ ପୁହାଣ, ଶରତ ସ୍ୱାଇଁ, ଛେତମ୍ବର ଭୋଇ, ନାରୀନେତ୍ରୀ ନାନିକା ମୁଣ୍ଡା, ପ୍ରମୋଦ ମଲ୍ଲିକ, ବୈକୁଣ୍ଠ ନାୟକ, ଅଶୋକ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।