ନବମ ସଂନ୍ଧ୍ୟାର ନାଟକ ବିଶ୍ୱାସର ଆତ୍ମଲିପି ଓ ଅସ୍ତରାଗର ରଙ୍ଗ ମଞ୍ଚସ୍ଥ 

The drama of the ninth evening is the autograph of faith and the color of Ashtraga is staged

ନବମ ସଂନ୍ଧ୍ୟାର ନାଟକ ବିଶ୍ୱାସର ଆତ୍ମଲିପି ଓ ଅସ୍ତରାଗର ରଙ୍ଗ ମଞ୍ଚସ୍ଥ 

ଦାମନଯୋଡି, (୧୨/୦୪) ସ୍ୱତନ୍ତ୍ରବାର୍ତ୍ତା ବ୍ୟୁରୋ : ଅଷ୍ଟାଦଶ ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବର 
ନବମ ସନ୍ଧ୍ୟାରେ ସ୍ୱସ୍ତି ଝଙ୍କାର, ରାଉରକେଲା ପ୍ରସ୍ତୁତ ନାଟକ “ବିଶ୍ୱାସର ଆତ୍ମଲିପି”
ରଚନା- ଡ.ସୁଧାଂଶୁ ନାୟକ 
 ନିର୍ଦ୍ଦେଶନା - ଶ୍ରୀ ରାଜୀବ ପାଣି
ସଙ୍ଗୀତ- ଡ. ସୁଶାନ୍ତ ପାଣି 
ଅଭିନୟରେ :
ଶ୍ରୀ ରାଜୀବ ପାଣି, ଶ୍ରୀ ରାଜକୁମାର ମହାନ୍ତି, ଶ୍ରୀ କିଶୋରୀ ମୋହନ କର, ଶ୍ରୀ ଗଙ୍ଗାଧର ଜେନା
ଶ୍ରୀ ବିଶ୍ୱଜିତ୍ ନାୟକ ଶ୍ରୀମାନ ସତ୍ୟମ ପାଣି
ଶ୍ରୀମତୀ ବବି ମହାଳିକ ଓ ଶ୍ରୀମତୀ ଗୀତା ବେହେରା
ନାଟକର କଥା :
‘ସନ୍ଦେହ’ ପୁରୁଷର ସହଜାତ ପ୍ରବୃଦ୍ଧି ଏବଂ ସମର୍ପଣରେ ନାରୀ ହୁଏ ମହନୀୟା ମହୀୟସୀ । ପ୍ରଫେସର ଅବିନାଶ ଦାସ ଏବଂ ତାଙ୍କ ପତ୍ନୀ ଆଶାଦେବୀଙ୍କ ଭିତରେ ଏକ ସୁନ୍ଦର ସୃଜନ ପରିବାରଟିଏ ଗଢି ଉଠିଥାଏ । ପରସ୍ପର ଭିତରେ ଏତେ ନିବିଡ଼ପଣ, ସେମାନଙ୍କୁ ନ ଦେଖିଲେ ଚିନ୍ତା କରାଯାଇ ପାରିବନି । ହଠାତ୍ ପରିବାର ଭିତରେ ଉଠିଲା ଝଡ଼ । ସନ୍ତୁଳନରେ ଛଟପଟ ହେଲେ ଦୁଇଟି ଆତ୍ମା,ଏକ ଭୁଲ ବୁଝାମଣାକୁ କେନ୍ଦ୍ର କରି ।
ପତି ପତ୍ନୀ - ପ୍ରକୃତି ଓ ପୁରୁଷ । ପ୍ରକୃତି ଓ ପୁରୁଷର ନିବିଡ଼ତାର ଅନ୍ୟ ନାମ ସୃଷ୍ଟି । ସୃଷ୍ଟି ସ୍ରଷ୍ଟାର ମାନସିକ ପ୍ରତିକ୍ରିୟାର ପ୍ରତିଫଳନ । ସ୍ରଷ୍ଟାର ଅନୁଭୂତିର ଅନୁଶୀଳନ, ସେଠି କୌଣସି ବାଧ୍ୟବାଧକତା ଅବା ପରାମର୍ଶର ଆବଶ୍ୟକ ନଥାଏ । ବେଳେବେଳେ ଜୀବନରେ ଅବା କାହାଣୀରେ ଏମିତି ଝଡ଼ ଆସେ ଗତକାଲି ମନେ ପଡୁ ନଥୁବା କଥା ଆଜି ମନେପଡ଼ି ଯାଏ । ସଂପୂର୍ଣ୍ଣ ଭୁଲିଯାଉଥିବା କଥାକୁ ହୁଏତ କେହି ଜଣେ ଆସି ମନେ ପକାଇଦିଏ । ଏହିଭଳି ଗୁରୁତ୍ୱପୂର୍ଣ୍ଣ ସଂଳାପକୁ ଆଧାର କରି ଥିଲା ନାଟକ “ବିଶ୍ୱାସର ଆତ୍ମଲିପି” । ସେହିପରି ନାଟକ ପ୍ରତିଭା ନାଟ୍ୟ ପରିଷଦ, ଭୁବନେଶ୍ୱର ଦ୍ୱାରା ମଞ୍ଚସ୍ଥ ନାଟକ "ଅସ୍ତରାଗର ରଙ୍ଗ "ରେ କିଏ କହେ ଦିବ୍ୟାଙ୍ଗ ଅଲୋଡା, ଅବାଞ୍ଛିତ ଅସହାୟ, ନିସଃହାୟ ବୋଲି, ପଙ୍କରୁ ପଦ୍ମ ଜାତ ପରି ସର୍ବ ଭାରତୀୟ ବଂଶୀବାଦନ ପ୍ରତିଯୋଗିତାରେ ନାଟକର ନାୟକ ରବିବାର ସଫଳତା ସମଗ୍ର ଦିବ୍‌ଯାଙ୍ଗମାନଙ୍କ ପାଇଁ ସୃଷ୍ଟି କରିଛି ଅପୂର୍ବ ସଂଭାବନା ।ନାଟ୍‌ଯକାର ଫକୀର ଚରଣ ସିଂହ, ନିର୍ଦ୍ଦେଶକ ଦୀପ୍ତି ରଞ୍ଜନ ଦାଶ, ଅଭିନୟରେ ବିମଳ, ଅମରଦୀପ, ସୁନୀଲ, ଗାୟତ୍ରୀ, ଅର୍ଚ୍ଚିତା, ରଶ୍ମିତା, ଶକ୍ତି ପ୍ରସାଦ, ଅଭିଜିତ, ପ୍ରଜ୍ଞା,ସୁବାଷ ପ୍ରମୁଖ ।