କଂଗ୍ରେସ ପ୍ରାର୍ଥୀ ଆପାଲ ସ୍ୱାମୀ କାଡ୍ରାକାଙ୍କ ନାମାଙ୍କନ ଦାଖଲ       

ରାୟଗଡା, ରାୟଗଡା ଜିଲ୍ଲାର ତିନିଟି ନିର୍ବାଚନୀ ମଣ୍ଡଳୀ ମଧ୍ୟରୁ ରାୟଗଡା ଓ ଗୁଣୁପୁର ନିର୍ବାଚନ ମଣ୍ଡଳୀ ପାଇଁ ଆଜି ଚାରି ଜଣ ବିଧାୟକ ପ୍ରାଥୀ ନାମାଙ୍କନ ଦାଖଲକରିଛନ୍ତି । ଗୁଣୁପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାଥୀ ରୂପେ ସିପିଆଇ (ଏମ ଏଲ) ରୁ ଅନାସୀମ ଶବର ପ୍ରାଥୀ ପତ୍ର ଦାଖଲ କରିଥିବା ବେଳେ ସେହି ଏକା ଦଳରୁ ପଦ୍ମିନୀ ଗମାଙ୍ଗ (ଡମି ) ପ୍ରାର୍ଥୀ ରୂପେ ନିଜ ସମର୍ତକଙ୍କ ସହ ଏକ ରାଲିରେ ଆସି ଗୁଣୁପୁର ଉପଜିଲ୍ଲାପାଳ ନିକଟରେ ନିଜ ନିଜ ପ୍ରାଥୀ ପତ୍ର ଦାଖଲ କରିଛନ୍ତି । ଏଥି ପୂର୍ବରୁ ୨୦ ତାରିଖ ରେ ଗୁଣୁପୁର ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଦିନ ବିଧାୟକା ପ୍ରାଥୀ ରୂପେ ରଶ୍ମିତା କୁମାରୀ ଶବର ଉପ ଜିଲ୍ଲାପାଳଙ୍କ ନିକଟରେ ନିଜ ପ୍ରାଥୀ ପତ୍ର ଦାଖଲ କରିଛନ୍ତି । ସେହି ପରି ରାୟଗଡା ନିର୍ବାଚନ ମଣ୍ଡଳୀ ପାଇଁ ଜାତୀୟ କଂଗ୍ରେସ ପ୍ରାର୍ଥୀ ଆପଲ ସ୍ୱାମୀ କାଡ୍ରାକା ନିଜର ନାମାଙ୍କନ ପତ୍ର ରାୟଗଡା ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ନିକଟରେ ଦାଖଲ କରିଛନ୍ତି ।

କଂଗ୍ରେସ ପ୍ରାର୍ଥୀ ଆପାଲ ସ୍ୱାମୀ କାଡ୍ରାକାଙ୍କ ନାମାଙ୍କନ ଦାଖଲ       

 

 ଚଳିତ ବିଧାନସଭା ନିର୍ବାଚନ ପାଇଁ ଆଜି ଜ଼ିଲ୍ଲାରୁ ରାୟଗଡା ନିର୍ବାଚନ ମଣ୍ଡଳୀ ପାଇଁ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରାୟ ୫ହଜାର ସମର୍ଥକଙ୍କ ଏକ ବିଶାଳ ରାଲିକରି ଆସିଥିବା ବେଳେ ତାଙ୍କ ସହ ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା , ରାଜ୍ୟ କଂଗ୍ରେସ କମିଟି ସଦସ୍ୟା ରତ୍ନମଣି ଉଲ୍ଲାକା, ଉକିଳ କଂଗ୍ରେସ ଉପ ସଭାପତି ଶଙ୍କର୍ଷଣ ମଙ୍ଗରାଜ, ସୁନିଲ ପଣ୍ଡା , ଅନିଲ ଜୈନ, ପି ଦେବେନ୍ଦ୍ର ରାଓ, ଯୋଗେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ନାମାଙ୍କନ ଭରିବା ପାଇଁ ନିର୍ବାଚନ କମିଶନରଙ୍କ ଗାଇଡ ଲାଇନ୍ ଅନୁଯାୟୀ ପ୍ରାର୍ଥୀଙ୍କ ସହ ମାତ୍ର ୩ଜଣ ସମର୍ଥକ ଯାଇପାରିବେ । ଫଳରେ ଏହାକୁ ନେଇ କିଛି ସମୟ ପାଇଁ ମୁଖ୍ୟ ଉପଜିଲ୍ଲାପାଳଙ୍କ ମୁଖ୍ୟ ଫାଟକ ସମ୍ମୁଖରେ ସମର୍ଥକ ମାନେ ହଟ୍ଟଗୋଳ କରିଥିଲେ । ନାମାଙ୍କନ ସରିବା ପରେ ବିଧାୟକ ପ୍ରାର୍ଥୀ ଶ୍ରୀ କାଡ୍ରାକା କହିଥିଲେ ଯେ ସେ ଲୋକଙ୍କ ପାଖକୁ ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଭଳି ମୌଳିକ ସମସ୍ୟାର ମୁଦ୍ଦାକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହି ଥିଲେ । ସେହିପରି ନବ ଭାରତ ନିର୍ମାଣ ସେବା ପାର୍ଟି ପକ୍ଷରୁ ରାୟଗଡା ଘାସି ସାହି ବାସିନ୍ଦା କୋଣ୍ଡାଗିରି ସିନାଲୁ ନିଜ ପ୍ରାର୍ଥୀ ପତ୍ର ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଛନ୍ତି । ଅପର ପକ୍ଷରେ ବିଷମକଟକ ନିର୍ବାଚନ ମଣ୍ଡଳୀ ପାଇଁ ଅଧ୍ୟାବଧି କୋଣସି ପ୍ରାଥୀ ପତ୍ର ଦାଖଲ କରିନଥିବା ବେଳେ ରାୟଗଡା ଗୁଣୁପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଭିନ୍ନ ଦଳ ପକ୍ଷରୁ ଆଜି ଯାଏଁ ପାଞ୍ଚ ଜଣ ପ୍ରାଥୀ ନିଜ ନିଜ ପ୍ରାଥୀ ପତ୍ର ଦାଖଲ କରିଛନ୍ତି ।