ରୁଦ୍ରପୁରରେ ପ୍ରଥମ ବାର୍ଷିକ ଲଉଡି ମହୋତ୍ସବ ଅନୁଷ୍ଠିତ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ୪ ନମ୍ବର ୱାର୍ଡର ରୁଦ୍ରପୁର, ସୁନ୍ଦରାପାଟଣା ଗାମରେ ରୁଦ୍ରପୁର ଗୋପାଳ ସମାଜ ଆନୁକୂଲ୍ୟରେ ପ୍ରଥମ ବାର୍ଷିକ ଲଉଡି ମହୋତ୍ସବ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ସୁଶାନ୍ତ କୁମାର ରାଉତ, କର୍ପୋରେଟର ସୁକୁମାର ସାହୁ, ବାଲିଅନ୍ତା ସରପଞ୍ଚ କୃଷ୍ଣକେଶବ ଆପଟ, ବାଲିଅନ୍ତା ବ୍ଲକ ଯାଦବ ସଂଘ ସଭାପତି ଧନେଶ୍ୱର ବେହେରା, ଶିକ୍ଷାବିତ୍ ସୁଲଭ ବେହେରା, ଲକ୍ଷେଶ୍ୱର ଆଞ୍ଚଳିକ ଯାଦବ ସଂଘ ସମ୍ପାଦକ ଧ୍ରୁବଚରଣ ବେହେରା, ସମବାୟବିତ୍ ଅକ୍ଷୟ କୁମାର ଲେଙ୍କା, ଲକ୍ଷେଶ୍ୱର ସଂକୀର୍ତ୍ତନ ମହାମଣ୍ଡଳୀର ମହନ୍ତ ନଳିନୀ କୁମାର ସ୍ୱାଇଁ, ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ଲଉଡ଼ି ଗୁରୁ କବୀର ବେହେରା, ଶିକ୍ଷାବିତ୍ ନିଲୁ ବେହେରା, ସୁରେଶ ବେହେରା, ବିିଭିନ୍ନ ଗ୍ରାମର ମୁରବି ଯୋଗଦେଇଥିଲେ ।
ଏହି ଆଧ୍ୟାତ୍ମିକ ଲୋକକଳା କାର୍ଯ୍ୟକ୍ରମରେ ଖଣ୍ଡିଆରୀପୁର, ଜିତିକାର ସୁଆଁଲୋ, ଅଣ୍ଡିଲୋ, ଚନ୍ଦ୍ରଶେଖରପୁର, ଜୋହଳ, ବାଗଧରାପୁର, ପାଣ୍ଡରା, ପାଟପୁର, ଜରିପାଟଣା ଆଦି ଲଉଡ଼ି ଲୋକନୃତ୍ୟ ଦଳ ଲଉଡି ଖେଳ ଓ ରାମତାଳି ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉତ୍କଳ ଯାଦବ ମହାସଭା ସାଂସ୍କୃତିକ ସେଲ୍ର ସଂଯୋଜକ ଲକ୍ଷ୍ମୀଧର ବେହେରା, ପଦ୍ମଲୋଚନ ବେହେରା, ସନ୍ତୋଷ କୁମାର ବେହେରା, ଅଶୋକ କୁମାର ବେହେରା, ସନାତନ ବେହେରା, ଚନ୍ଦ୍ରଶେଖର ଜେନା ଓ ଗ୍ରାମବାସୀ ପରିଚାଳନା କରିଥିଲେ । ପରିଶେଷରେ ପ୍ରତ୍ୟେକ କଳାକାରଙ୍କୁ ଉତ୍ତରୀୟ, ଘଣ୍ଟି, ଘାଗୁଡ଼ି ପ୍ରଦାନ ସହ ଭୋଗହାଣ୍ଡି ସମର୍ପଣ କରାଯାଇ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା ।