ବେଲଗାମ ହେବାରେ ଲାଗିଛି ସୁନାଦର
ନୂଆଦିଲ୍ଲୀ, (୧୨/୦୪) ସ୍ୱତନ୍ତ୍ରବାର୍ତ୍ତା ବ୍ୟୁରୋ : ସୁନାଦରରେ ଲଗାମ ଲାଗୁନାହିଁ । ପ୍ରାୟ ପ୍ରତିଦିନ ନୂଆ ନୂଆ ରେକର୍ଡ କରିଚାଲିଛି ସୁନା । ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନ୍ ର ତଥ୍ୟ ଅନୁଯାୟୀ, ଗତ ତିନି ଦିନ ଧରି ସୁନା ଦର କ୍ରମାଗତ ଭାବେ ଏକ ନୂଆ ରେକର୍ଡ ସୃଷ୍ଟି କରୁଛି । ଗତକାଲି ମଧ୍ୟ ବଜାର ଖୋଲିବା ପରେ ସୁନା ସର୍ବକାଳୀନ ସର୍ବୋଚ୍ଚ ସ୍ତରଛୁଇଁଥିଲା । ସେହିପରି ଆଜି ବଜାର ଖୋଲିବା ବେଳକୁ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୨,୯୬୭ ଟଙ୍କା ଥିଲା ଏବଂ ଏହା ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ରହିଛି । ଆଜି ସୁନା ଏହି ସବୁ ରେକର୍ଡ ଭାଙ୍ଗିଦେଇଛି ।
ଯଦି ଆମେ ୧୦ ଏପ୍ରିଲ ବିଷୟରେ କହିବା ତେବେ ସୁନାର ବନ୍ଦ ମୂଲ୍ୟ ଆଜି ତୁଳନାରେ କମ୍ ଥିଲା । ଏପ୍ରିଲ ୧୦ ରେ ୧୦ ଗ୍ରାମ ସୁନା ମୂଲ୍ୟ ୭୧,୮୨୩ ଟଙ୍କାରେ ଖୋଲି ଥିଲା। ସେହିଦିନ ୧୦ ଗ୍ରାମ ସୁନା ମୂଲ୍ୟ ୭୨,୦୪୮ ଟଙ୍କାରେ ବନ୍ଦ ହୋଇ ଥିଲା ।
ଯଦି ଆମେ ୯୯.୯ ପ୍ରତିଶତ ଶୁଦ୍ଧତାର ୨୪ କ୍ୟାରେଟ ସୁନା ବିଷୟରେ କହିବା ତେବେ ଆଜି ବଜାର ଖୋଲିବା ବେଳକୁ ଏହା ୧୦ ଗ୍ରାମ ପିଛା ୭୨,୯୬୭ ସ୍ତରରେ କାରବାର କରୁଥିଲା । ଯଦି ଆମେ ୨୨ କ୍ୟାରେଟ ସୁନା ଦର ବିଷୟରେ କହିବା ତେବେ ଏହା ୧୦ ଗ୍ରାମ ପିଛା ୬୬,୮୩୮ ଟଙ୍କାରେ କାରବାର କରୁଛି । ଯେଉଁ ଭଳି ଟ୍ରେଣ୍ଡ ଚାଲିଛି ସେଥିରେ ସନ୍ଧ୍ୟାସୁଦ୍ଧା ସୁନା ଦରରେ ଆହୁରି ବୃଦ୍ଧି ଘଟିପାରେ ।