ବଲାଙ୍ଗିର ରେ ପାଳିତ ହେଲା ଜିଲ୍ଲାସ୍ତରୀୟ ୧୩୩ତମ ଡଃ ବି.ଆର୍. ଆମ୍ବେଦକର ଜୟନ୍ତୀ

ବଲାଙ୍ଗିର: ଆଦର୍ଶ ଆଚରଣ ବିଧି ଅନୁପାଳନ କରିବା ସହ ଆଜି ପୂର୍ବାହ୍ନ 8 ଘଟିକା ସମୟରେ ସ୍ଥାନୀୟ ବଲାଙ୍ଗିର ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଭାରତ ସମ୍ବିଧାନର ପ୍ରଣେତା ତଥା ଭାରତରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଜିଲ୍ଲାସ୍ତରୀୟ ୧୩୩ତମ ଜୟନ୍ତୀ ପାଳିତ ହୋଇଯାଇଛି ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପବିତ୍ର ବେହେରାଙ୍କ ଦ୍ୱାରା ପ୍ରଶାସନ ତରଫରୁ ମାଲ୍ୟାର୍ପଣ କରା ଯାଇଥିଲା |

ବଲାଙ୍ଗିର ରେ ପାଳିତ ହେଲା ଜିଲ୍ଲାସ୍ତରୀୟ ୧୩୩ତମ ଡଃ ବି.ଆର୍. ଆମ୍ବେଦକର ଜୟନ୍ତୀ

ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସରୋଜ କୁମାର ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଓ ପୌରପରିଷଦ କର୍ମଚାରୀ ସହଯୋଗ କରିଥିଲେ ।