ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗ ଦେଲେ ଅଶୋକ ପ୍ରତିହାରି
ଭୁବନେଶ୍ୱର, ତା. ୧୬/୦୪ ରିଖ : କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଉପାଦେକ୍ଷ ଅଶୋକ ପ୍ରତିହାରି ଏବଂ ତାଙ୍କର ସମସ୍ତ ଶତାଧିକ ସମର୍ଥକ ବିଜେଡ଼ି ଛାଡ଼ି ହାତ ଧରିଲେ । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ସଫଳତା ଅଭିବୃତ ହୋଇ ତଥା କଂଗ୍ରେସ ଦଳର ନୀତି ଆଦର୍ଶ ଓ ବିଚାର ଧାରାରେ ଅନୁପ୍ରାଣିତ ହୋଇ ଶ୍ରୀ ପ୍ରତିହାରି କଂଗ୍ରେସ ଯୋଗ ଦେଇଛନ୍ତି ବୋଲି କହିଛନ୍ତି । ଦଳ ପକ୍ଷରୁ ତାଙ୍କୁ ଓ ସମର୍ଥକମାନଙ୍କୁ ସ୍ୱାଗତ କରାଯାଇଥିଲାବେଳେ ସେମାନଙ୍କ ମିଶ୍ରଣ ଦଳକୁ ମଜଭୂତ କରିବ ବୋଲି କୁହାଯାଇଛି । ଏହି ମିଶ୍ରଣ ପର୍ବରେ ପିିସିସି ପ୍ରଚାର କମିଟିର ଅଧ୍ୟକ୍ଷ ଶ୍ରୀ ଭକ୍ତ ଚରଣ ଦାସ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ, କେନ୍ଦ୍ରପଡ଼ା ଲୋକସଭା ପାର୍ଥୀ ସିଦ୍ଧାର୍ଥ ସୋରୁପ ଦାସ, ଲଲାଟେନ୍ଦୁ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଅଶୋକ ପ୍ରତିହାରି କଂଗ୍ରେସ ଦଳରେ ଯୋଗ ଦେବା ପରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ଦଳ ଅଧିକ ମଜୁଭୁତ ହେବ ବୋଲି ଶ୍ରୀଯୁକ୍ତ ଭକତ ଚରଣ ଦାସ ପ୍ରକାଶ କରିଛନ୍ତି ।