ସମାଜବାଦୀ ପାର୍ଟି କାର୍ଯ୍ୟକାରିଣୀରେ ନିଷ୍ପତ୍ତି 

ଭୁବନେଶ୍ୱର, ତା ୧୪ା୪ : ସମାଜବାଦୀ ପାର୍ଟି ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ପାର୍ଟିର ରାଜ୍ୟ କାର୍ଯ୍ୟାଳୟ, ୟୁନିଟ୍‌-୬ସ୍ଥିତ ଲୋହିଆ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ନିମ୍ନଲିଖିତ ପ୍ରସ୍ତାବମାନ ଗ୍ରହଣ କରାଯାଇଛି ।      ପ୍ରସ୍ତାବ-୧ : ରାଜ୍ୟରେ ‘ଇଣ୍ଡିଆ ମେଣ୍ଟ’କୁ ଆଗକୁ ନେବାରେ କଂଗ୍ରେସ ନେତୃତ୍ୱର ଅହଙ୍କାର ଓ ଅବହେଳାକୁ ଏହି ବୈଠକରେ ତୀବ୍ର ନିନ୍ଦା କରାଯାଇଛି । ପାର୍ଟି ପକ୍ଷରୁ ଆହୁରି କୁହାଯାଇଛି ଯେ କଂଗ୍ରେସ ନେତୃତ୍ୱରେ ଇଣ୍ଡିଆମେଣ୍ଟ ୧୭ ବାମ ଗଣତାନ୍ତ୍ରିକ ଦଳ ସହ ଆଲୋଚନା କରି ପ୍ରାର୍ଥୀ ଦିଆଯାଇଥିଲେ ଫାଶୀବାଦ ବିରୋଧରେ ଲଢେଇ ଆହୁରି ଶକ୍ତିଶାଳୀ ହୋଇଥାଆନ୍ତା । 

ସମାଜବାଦୀ ପାର୍ଟି କାର୍ଯ୍ୟକାରିଣୀରେ ନିଷ୍ପତ୍ତି 

       ପ୍ରସ୍ତାବ-୨ : ରାଜ୍ୟରେ ଓ.ବି.ସି. ମାନେ କ୍ରମାଗତ ଅବହେଳା ଓ ସଂରକ୍ଷଣର ହକ୍‌ରୁ ବଞ୍ôଚତ ହେଉଥିଲା ବେଳେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାରେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର ବିଫଳତା ଯୋଗୁଁ ଓବିସି ମାନଙ୍କ ଭିତରେ ଜନ ଅସନ୍ତୋଷ ଥିଲେ ସୁଦ୍ଧା କଂଗ୍ରେସ ଏହି ଓ.ବି.ସି. ସଂରକ୍ଷଣ ଉପରେ ନୀରବ ରହିବା କଂଗ୍ରେସ ପଛୁଆବର୍ଗ ବିରୋଧି ମନୋଭାବର ପ୍ରତିଫଳନ ବୋଲି ଏହି ବୈଠକ ମନେକରେ । ରାଜ୍ୟର ଓ.ବି.ସି. ଓ ଦଳିତ ସଂଖ୍ୟାଲଘୁ ବହୁଳ ସଂସଦୀୟ କ୍ଷେତ୍ର କେନ୍ଦ୍ରାପଡ଼ା ଓ କଳାହାଣ୍ଡିରୁ ପାର୍ଟି ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି କରାଯାଇଛି । 
    ଆଜିର ଏହି ବୈଠକରେ ଶ୍ରୀ ବେହେରା ଅଧ୍ୟକ୍ଷତା କରିଥିଲା ବେଳେ କଳାହାଣ୍ଡି ଶିବ ହାତୀ, ଉମେଶ ସାହୁ, ନୂଆପଡ଼ାରୁ ଗଙ୍ଗାରାମ ବନ୍‌ଛୋର, ବେଣୁଧର ଗହୀର, ଲୋଚନ ମାଝି, ବରଗଡ଼ରୁ ଗଙ୍ଗାଧର ପୂଜାରୀ, ଝାରସୁଗୁଡାରୁ ମହମ୍ମଦ ଅଖତର, କେନ୍ଦ୍ରାପଡ଼ାରୁ ଅନାଦି ସାହୁ, ଆଦର୍ଶ ଦାସ, ମନୋରଞ୍ଜନ ଦାସ, ବାଲେଶ୍ୱରରୁ ଆନସର ଅଲ୍ଲୀ, ଖୋର୍ଦ୍ଧାରୁ ଦୀପଦାସ ଯାଦବ, ଭୁବନେଶ୍ୱରରୁ ରୀତା ପଟ୍ଟନାୟକ, ପ୍ରଦୀପ ମିଶ୍ର, ଓମ୍ ପ୍ରକାଶ ଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । 
    ପ୍ରାରମ୍ଭରେ ସମ୍ବିଧାନ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ ନାରା ଦିଆଯାଇ ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା ।