କଟିଲା ତିନି ପୂର୍ବତନ ମନ୍ତ୍ରୀଙ୍କ ଟିକେଟ

ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ୍ ଘୋଷଣା କରିଛନ୍ତି । ବିଜେଡି଼ର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୪ ନୂଆ ମୁହଁ ଥିବା ବେଳେ ୪ ମହିଳା ଅଛନ୍ତି । ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା, ସନାତନ ମହାକୁଡ଼ଙ୍କୁ ଚମ୍ପୁଆ, କେନ୍ଦ୍ରାପଡ଼ାରୁ ଗଣେଶ୍ୱର ବେହେରା, ଚିଲିକାରୁ ରଘୁନାଥ ସାହୁ, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, ରେମୁଣାରୁ ବିଦ୍ୟାସ୍ମିତା ମହାଳିକ, ସିମୁଳିଆରୁ ଶୁଭାଷିନୀ ସାହୁ ଓ କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମଙ୍କୁ ଦଳ ପ୍ରାର୍ଥୀ କରିଛି । ତେବେ ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକାରେ କଟିଛି ତିନି ପୂର୍ବତନ ମନ୍ତ୍ରୀଙ୍କ ଟିକେଟ । ଏମାନେ ହେଲେ ନ୍ଦ୍ରୋପଡ଼ା ବିଧାୟକ ଶଶିଭୂଷଣ ବେହେରା, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ।ବିଜେଡି ଏପର୍ଯ୍ୟନ୍ତ ୧୩୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିବା ବେଳେ ୧୨ଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ । ଏଣେ ଏଯାଏ ୧୬ଟି ଆସନରେ ନାଁ ଘୋଷଣା କରିନି ବିଜେପି ।

କଟିଲା ତିନି ପୂର୍ବତନ ମନ୍ତ୍ରୀଙ୍କ ଟିକେଟ