ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତି ଉପଲକ୍ଷେ ବଲାଙ୍ଗିର ସହରଉତ୍ସବ ମୁଖର

ବାଲାଙ୍ଗୀର: ବଲାଙ୍ଗିର, ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତି ଉପଲକ୍ଷେ ବଲାଙ୍ଗୀର ସହର ଉତ୍ସବମୁଖର ହୋଇଉଠଢିଛି । ବିଭିନ୍ନ ଛକରେ ଥିବା ହନୁମାନ ମନ୍ଦିର,ବଜାର କମିଟି ପକ୍ଷରୁ ପୂଜାର୍ଚ୍ଚନା କରାଯିବା ସହିତ ପଣା ବଣ୍ଟନ କରାଯାଇଛି । ସୁଦପଡା ହନୁମାନମନ୍ଦିର, ପୁରୁଣା ଘରୋଇ ବସଷ୍ଟାଣ୍ଡ ,କଳାମଣ୍ଡଳ ରୋଡ, ହାତିଶାଳପଡା, ତାଲପାଲିପଡା, ମାଲପଡା, ରେଳେଷ୍ଟସନ ରୋଡ, ଦୈନିକ ବଜାର ରାମମନ୍ଦିର ଇତ୍ୟାଦି ମନ୍ଦିରରେ ଧୂମଧାମରେ ହନୁମାନ ଜୟନ୍ତି ପାଳିତ ହୋଇଯାଇଛି । ସେହିପରି ବିଭିନ୍ନ ପୂଜାକମିଟି ଓ ବଜାରକମିଟି ପକ୍ଷରୁ ଲୋକଙ୍କୁ ପଣା ବଣ୍ଟନ କରାଯାଇଛି । କେଉଁଠି ବୁନ୍ଦି, ଲଡୁ, ଖଇ, ନଡିଆ ଇତ୍ୟାଦି ଭୋଗ ବଣ୍ଟନ କରାଯାଇଥିଲା । ସଂଧ୍ୟାରେ ହନୁମାନ ଜୟନ୍ତି କମିଟି ପକ୍ଷରୁ ଏକ ବିଶାଳ ଭଗୱା ଶୋଭାଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି l