ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କୁ ପ୍ରାର୍ଥୀପତ୍ର ଦାଖଲ ସମ୍ବନ୍ଧୀୟ ଆଇନଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କୁ ପ୍ରାର୍ଥୀପତ୍ର ଦାଖଲ ସମ୍ବନ୍ଧୀୟ ଆଇନଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ଭୁବନେଶ୍ୱର , (୧୭/୦୪/୨୦୨୪) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀମାନଙ୍କୁ ପ୍ରାର୍ଥୀପତ୍ର ଦାଖଲ ସମ୍ବନ୍ଧୀୟ ଆଇନଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ପାର୍ଟିର ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରସ୍ଥ ନେତାଜୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାରେ ପ୍ରଥମକରି ଏକ ରାଜନୈତିକ ଦଳ ନିଜର ପ୍ରାର୍ଥୀମାନଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ଓ ଭୋଟରମାନଙ୍କୁ ସଚେତନ କରାଇବାର କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେଇ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରିଛି । ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଆଇନ୍‌ଜୀବୀ ବିଭୂପ୍ରସାଦ ତ୍ରିପାଠୀ ମୂଖ୍ୟ ପ୍ରଶିକ୍ଷକ ଭାବରେ ଯୋଗଦେଇ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଯୋଗଦେଇଥିବା ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ, ସାମ୍ପ୍ରତିକ ପରିସ୍ଥିତିରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍ ସଂକ୍ରାନ୍ତରେ ଭୋଟରମାନଙ୍କର ଜାଣିବା ସହିତ ପ୍ରାର୍ଥୀମାନେ ମଧ୍ୟ ସଚେତନ ହେବାର ଆବଶ୍ୟକତା ରହିଛି । ନିଜ

ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କୁ ପ୍ରାର୍ଥୀପତ୍ର ଦାଖଲ ସମ୍ବନ୍ଧୀୟ ଆଇନଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କୁ ପ୍ରାର୍ଥୀପତ୍ର ଦାଖଲ ସମ୍ବନ୍ଧୀୟ ଆଇନଗତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ ନେତା ତଥା ନିମାପଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଜିତେନ୍ଦ୍ରୀୟ ବେହେରା, ଫରୱାର୍ଡ଼ ବ୍ଲକ୍‌ର ବରିଷ୍ଠ ନେତା ସମରଜିତ୍ ମହାନ୍ତି, ଫରୱାର୍ଡ଼ ବ୍ଲକ୍‌ର ବଲାଙ୍ଗିର ଲୋକସଭା ପ୍ରାର୍ଥୀ ସଶିଲ୍ ଥାନପତି, ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ଚୈତନ ବାଗ, ଜୟପୁର ବିଧାୟକ ପ୍ରାର୍ଥୀ ବି. ହରି ରାଓ, କାକଟପୁର ବିଧାୟକ ପ୍ରାର୍ଥୀ ରବିନ୍ଦ୍ରନାଥ କାଣ୍ଡି, ବାଲେଶ୍ୱର ବିଧାୟକ ପ୍ରାର୍ଥୀ ଏସ୍‌.କେ. ଅବଦୁଲ ତାଲିବ୍‌, ଧର୍ମଗଡ଼ ବିଧାୟକ ପ୍ରାର୍ଥୀ ଟଙ୍କଧର ଶବର, କଂଟାବାଞ୍ଜି ବିଧାୟକ ପ୍ରାର୍ଥୀ ଅଭିରାମ ଧାରୁଆ, ତାଳଚେର ବିଧାୟକ ପ୍ରାର୍ଥୀ ମନୋଜ କୁମାର ଜେନା, ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ପିଂଟୁ ପ୍ରଧାନ, ଜୁନାଗଡ଼ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ବୈଠାରୁ, ଭଞ୍ଜନଗର ବିଧାୟକ ପ୍ରାର୍ଥୀ ରାଜୁ ନାୟକ, ଭୁବନେଶ୍ୱର ମଧ୍ୟ ବିଧାୟିକା ପ୍ରାର୍ଥୀନୀ ଲକ୍ଷ୍ମୀ ଦୋରା, ଶ୍ରମିକ ନେତା ନିରଞ୍ଜନ ରାଉତ, ବିଜୟ ସାହୁ, କୃଷକ ନେତା ଗଦାଧର ଜେନା, ଛାତ୍ରନେତା ଦିଶା ଆଜାଦ୍‌, ଦୀପକ ପୂଜାରୀ ପ୍ରମୂଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରାର୍ଥା ଓ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ।
ସୂଚନାଯୋଗ୍ୟ ଯେ ଚଳିତ ନିର୍ବାଚନରେ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ୩୦ ରୁ ଉର୍ଦ୍ଧ ଆସନରେ ନିର୍ବାଚନ ଲଢ଼ିବା ପାଇଁ ନିଜସ୍ୱଭାବେ ପ୍ରସ୍ତୁତି ଆରମ୍ଭ କରିଛି ।