ରlୟଗଡା ରେ ଜଳଶକ୍ତି ଅଭିଯାନ ର କେନ୍ଦ୍ରୀୟ ଟିମ, ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ ପରେ ସମୀକ୍ଷl

ରlୟଗଡା,୧୧/୦୩-( ସ୍ୱତନ୍ତ୍ରବାର୍ତ୍ତା ବ୍ୟୁରୋ ) କେନ୍ଦ୍ରୀୟ ଜଳଶକ୍ତି ବିଭାଗର ଯୁଗ୍ମ କମିଶନର ତଥା ନୋଡାଲ ଅଧିକାରୀ ଶ୍ରୀ ସମୀର କୁମାର ପାଣ୍ଡେଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ ଦୁଇ ଦିନିଆ ରlୟଗଡା ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଅଂଚଳ ଗସ୍ତ କରି ଉନ୍ନୟନ କାର୍ଯ୍ୟ ଗୁଡିକ ଅନୁଧ୍ୟାନ କରିଥିଲେ। ସିଡିଓ ତଥା ଇଓ ଜିଲ୍ଲାପରିଷଦ ରାୟଗଡା ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ତତ୍ୱାବଧାନରେ ଜିଲ୍ଲାର କୋଲନରl, ରାମନାଗୁଡ଼ା, ପଦ୍ମପୁର ଓ ଗୁଣପୁର ଓ ରାୟଗଡା ବ୍ଲକ ପରିଦର୍ଶନ ସମୟରେ ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ,କ୍ଷୁଦ୍ର ଜଳସେଚନ ବିଭାଗ, ଜଳଛାୟା ମିଶନ, ଉଦ୍ୟାନ ବିଭାଗ, ଗ୍ରମୀୟ ଯୋଗାଣ ସଂସ୍ଥା ଓ ବନ ବିଭାଗ ତରଫରୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ଯଥା କ୍ଷେତ ପୋଖରୀ, ଚେକେଡେମ, ଗୋଲାପ ବଗିଚା,ଷ୍ଟ୍ର ବେରି ଚାଷ , ପୁନ୍ନ ରୁଦ୍ଧାର ହୋଇଥିବା ପୋଖରୀ,ଅମୃତ ସରବୋର, କ୍ଷୁଦ୍ର ଜଳ ସେଚନ ବିଭାଗର ପୋଖରୀ, ଗ୍ରାମୀୟ ଜଳଯୋଗାଣ ବିଭାଗର ଜଳ ବିଶୋଧନ ପ୍ରକଳ୍ପ, ନଳ ଯୋଗେ ଜଳ ଯୋଗାଣ ପ୍ରକଳ୍ପ ଆଦି ବୁଲି ଦେଖିଥିଲେ l

ରlୟଗଡା ରେ ଜଳଶକ୍ତି ଅଭିଯାନ ର କେନ୍ଦ୍ରୀୟ ଟିମ, ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ ପରେ ସମୀକ୍ଷl

ରlୟଗଡା ରେ ଜଳଶକ୍ତି ଅଭିଯାନ ର କେନ୍ଦ୍ରୀୟ ଟିମ, ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ ପରେ ସମୀକ୍ଷl 

ରlୟଗଡା,୧୧/୦୩-( ସ୍ୱତନ୍ତ୍ରବାର୍ତ୍ତା ବ୍ୟୁରୋ ) କେନ୍ଦ୍ରୀୟ ଜଳଶକ୍ତି ବିଭାଗର ଯୁଗ୍ମ କମିଶନର ତଥା ନୋଡାଲ

ଅଧିକାରୀ ଶ୍ରୀ ସମୀର କୁମାର ପାଣ୍ଡେଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ ଦୁଇ ଦିନିଆ ରlୟଗଡା ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଅଂଚଳ ଗସ୍ତ କରି ଉନ୍ନୟନ କାର୍ଯ୍ୟ ଗୁଡିକ ଅନୁଧ୍ୟାନ କରିଥିଲେ। ସିଡିଓ ତଥା ଇଓ ଜିଲ୍ଲାପରିଷଦ ରାୟଗଡା ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ତତ୍ୱାବଧାନରେ ଜିଲ୍ଲାର କୋଲନରl, ରାମନାଗୁଡ଼ା, ପଦ୍ମପୁର ଓ ଗୁଣପୁର ଓ ରାୟଗଡା ବ୍ଲକ ପରିଦର୍ଶନ ସମୟରେ ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ,କ୍ଷୁଦ୍ର ଜଳସେଚନ ବିଭାଗ, ଜଳଛାୟା ମିଶନ, ଉଦ୍ୟାନ ବିଭାଗ, ଗ୍ରମୀୟ ଯୋଗାଣ ସଂସ୍ଥା ଓ ବନ ବିଭାଗ ତରଫରୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ଯଥା କ୍ଷେତ ପୋଖରୀ, ଚେକେଡେମ, ଗୋଲାପ ବଗିଚା,ଷ୍ଟ୍ର ବେରି ଚାଷ , ପୁନ୍ନ ରୁଦ୍ଧାର ହୋଇଥିବା ପୋଖରୀ,ଅମୃତ ସରବୋର, କ୍ଷୁଦ୍ର ଜଳ ସେଚନ ବିଭାଗର ପୋଖରୀ, ଗ୍ରାମୀୟ ଜଳଯୋଗାଣ ବିଭାଗର ଜଳ ବିଶୋଧନ ପ୍ରକଳ୍ପ, ନଳ ଯୋଗେ ଜଳ ଯୋଗାଣ ପ୍ରକଳ୍ପ ଆଦି ବୁଲି ଦେଖିଥିଲେ l ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ କେନ୍ଦ୍ରୀୟ ଯୁଗ୍ମ କମିଶନର ଶ୍ରୀ ପାଣ୍ଡେ, ସଦସ୍ୟ ବିଭୂତି ଭୂଷଣ ସାହୁ, ସିଡିଓ ତଥା ଇଓ ଜିଲ୍ଲାପରିଷଦ ଶ୍ରୀ ଖେମୁଣ୍ଡୁ, ବନ ଖଣ୍ଡ ଅଧିକାରୀ ଶ୍ରୀ ସଚିନ ଅନ୍ହା ସାହେବ ଓହଲେ, କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ, ଉଦ୍ୟାନ ବିଭାଗର ଉଦ୍ୟାନବିତ, ଜଲଛାୟା ମିଶନର ପ୍ରକଳ୍ପ ନିର୍ଦେଶକ,ଗ୍ରାମୀୟ ଜଳ ଲଯୋଗାଣ ସଂସ୍ଥାର ସହକାରୀ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ ମନେ ଉପସ୍ଥିତ ରହି ନିଜ ନିଜ ବିଭାଗର କାର୍ଯ୍ୟକ୍ରମ ଉପରେ ଉପସ୍ଥାପନା କରିଥିଲେ l