ଚପ୍ରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ସାଂସଦ ମାଲବିକା ଦେବୀ

MP, KALAHANDI

ଚପ୍ରିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କୁ ପରିଦର୍ଶନ କଲେ କଳାହାଣ୍ଡି ସାଂସଦ ମାଳବିକା ଦେବୀ

 

 ଧର୍ମଗଡ,26.05.2025(ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କୁ କଲାହାଣ୍ଡି ସାଂସଦ ମାଳବିକା ଦେବୀ ପରିଦର୍ଶନ କରିଥିଲେ, ଓ ରୋଗୀ ମାନଙ୍କୁ ସାକ୍ଷାତ କରି ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହ ଦାୟିତ୍ୱରେ ଥିବା ଡାକ୍ତର ଅରବିନ୍ଦ ଦାସ ଙ୍କୁ ମଧ୍ୟ ଭେଟି ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ଓ ପରିଚାଳନା ର ତଦନ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀ ଅରବିନ୍ଦ ଦାସ ମତ ପ୍ରଦାନ୍ କରିଥିଲେ। ଯେ ହସ୍ପିଟାଲ ଗୃହ, ପାରାମେଡିକାଲ୍ ଷ୍ଟୋଫ୍, ନର୍ସ ଓ ଫାର୍ମାସୀ ଭଳି ସମସ୍ୟା ରହିଛି ତାହାର ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ସ୍ବାସ୍ଥ୍ୟ ସେବା ଆଗକୁ ବଢ଼ିପାରିବ ବୋଲି ଶ୍ରୀ ଦାସ କଳାହାଣ୍ଡି ସାଂସଦ ଙ୍କ ଠାରେ ପ୍ରକାଶ କରିଥିଲେ । ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ମନୋଜ କୁମାର ମେହେର, ଜୁନାଗଡ ମୁନସୀ ପାଲଟି ଅଧକ୍ଷ ମୁକେଶ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।