ଡ଼ମ୍ପିଙ୍ଗ ୟାର୍ଡ଼ ନହଟିଲେ ମନ୍ତ୍ରୀଙ୍କ ଘର ଆଗରେ ପଡିବ ଅଳିଆ

BMC DUMPING YARD, SAINIK SCHOOL, BMC, BHUBANESWAR, ODISHA

ଅଳିଅଗଦା ହଟାଅ- ସୈନିକ ସ୍କୁଲ ବଞ୍ଚାଅ ଅଭିଯାନର ଜନ ପ୍ରତିବାଦ

----------------------------------------

ସାତଦିନ ଭିତରେ ନିଷ୍ପତି ନଚେତ ମନ୍ତ୍ରୀ, ସଚିବ, ମେୟର ଓ କମିସନରଙ୍କ ଘର ଆଗରେ ପ୍ରତୀକାତ୍ମକ ଅଳିଆ ଡମପିଙ୍ଗ l

======================

ଭୁବନେଶ୍ୱର ତା4 ରିଖ l ଆଜି ସୈନିକ ସ୍କୁଲ ପରିସରରେ ଥିବା ଅସ୍ଥାୟୀ ଡମପିଙ୍ଗ ୟାର୍ଡ ହଟାଇବା ସହିତ ସୈନିକ ସ୍କୁଲ ସ୍ଥାନାନ୍ତରଣ ନିଷ୍ପତି ପ୍ରତ୍ୟାହାର ପାଇଁ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନର ସକାଳ 9 ଟlରେ ସୈନିକ ସ୍କୁଲ ମୁଖ୍ୟ ପ୍ରବେଶ ଦ୍ୱାର ଠାରେ ଶହ ଶହ ସଂଖ୍ୟା ରେ ସ୍ଥାନୀୟ ଜନ ସାଧାରଣ ଙ୍କୁ ନେଇ ଜନ ପ୍ରତିବାଦ ପ୍ରଦର୍ଶନ ହୋଇଛି l ସ୍ଲୋଗାନ ଲେଖା ପ୍ଲାକାର୍ଡ ଧରିବା ସହିତ ମାନବ ଶୃଙ୍ଖଳ ମାଧ୍ୟମରେ ସୈନିକ ସ୍କୁଲ ଗେଟ ବନ୍ଦ କରି ଗେଟ ଆଗରେ ଧାରଣା ରେ ବସି ପ୍ରତିବାଦ କରାଯାଇଥିଲା l ବିଗତ ଦିନରେ ମୁଖ୍ୟ ବିରୋଧୀ ଦଳ ବା ବର୍ତମାନ ସରକାରୀ ଦଳ ବିଜେପି ଏହି ଅଳିଆ ଗଦା ଉଠେଇବାକୁ ନେଇ ଦୀର୍ଘ ଏକ ମାସ କାଳ ଏହି ଗେଟ ଆଗରେ ଆନ୍ଦୋଳନ ରେ ବସିଥିଲା l ସେତେବେଳେ ମଧ୍ୟ ଏହି ଧାରଣା ସ୍ଥଳରେ ବର୍ତମାନର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ଯୋଗ ଦେଇ ଏଠାରୁ ଅଳିଆ ଗଦା ଉଠେଇ ନେବାକୁ ପୂର୍ବ ସରକାର କୁ ଦାବୀ କରିଥିଲେ l ନିର୍ବାଚନ ସମୟରେ ମଧ୍ୟ ଏଠାରୁ ଅଲିଅଗଦା ଉଠେଇନେବାକୁ ବିଜେପି ପ୍ରତିଶୃତି ଦେଇଥିଲା l ତେଣୁ କଥା ଦେଇ ବା ପ୍ରତିଶୃତି ଦେଇ ମୋହନ ସରକାର ନିଜ ପ୍ରତିଶୃତି ରୁ ଓହରି ଯାଇଛନ୍ତି ବୋଲି ଆଜି ଧାରଣା ବେଳେ ସମସ୍ତେ କହିଥିଲେ l କଥାଦେଇ କଥା ଭୁଲି ଗଲେ ମୋହନ ଭାଇ ବୋଲି ପ୍ରତିବାଦ ବେଳେ ସ୍ଲୋଗାନ ଦେଇଥିଲେ l ଯଦି ସାତ ଦିନ ଭିତରେ ନିଷ୍ପତି ନିଆ ନଯାଏ ତେବେ ନଗର ଉନ୍ନୟନ ମନ୍ତ୍ରୀ, ସଚିବ, ଭୁବନେଶ୍ୱର ମେୟର ଓ କମିଶନରଙ୍କ ସରକାରୀ ବାସଭବନ ଆଗରେ ପ୍ରତିକାତ୍ମକ ଭାବେ ଅଳିଆ ଫିଙ୍ଗାଯିବ ବୋଲି ଆଜି ଅଭିଯାନ ପକ୍ଷରୁ ନିଷ୍ପତି ନିଆଯାଇଛି l ସେମାନଙ୍କ ଘର ଆଗରେ ଅଳିଆ ସବୁ ଗଦା ହେଇ ପଚା ଗନ୍ଧ ହେଲେ ସେମାନେ ଅଳିଆଗଦା ଯୋଗୁ ଏହି ଅଂଚଳ ଲୋକ ଯେପରି ହିନସ୍ଥା ହେଉଛନ୍ତି ସରକାରରେ ଥିବା ବାବୁ ଓ ନେତା ମନ୍ତ୍ରୀ ଅନୁଭବ କରିପାରିବେ ବୋଲି ଧାରଣlରତ ସ୍ଥାନୀୟ ଅଂଚଳବାସୀ କହିଛନ୍ତି l ତେଣୁ ଅଳିଆ ଗଦା ର ଦୁର୍ଗନ୍ଧରେ ଆମେ ଯେପରି ପ୍ରତି ମୁହୂର୍ତ୍ତ ରେ ହନ୍ତସନ୍ତ ହେଉଛୁ ସେମାନେ ଟିକେ କିଛିଦିନ ନାକ ଫଟା ଦୁର୍ଗନ୍ଧ ସହନ୍ତୁ ବୋଲି ପ୍ରତିବାଦ ସମୟରେ ଆଲୋଚନା ହୋଇଥିଲା l ଏହି ଅଂଚଳ ରେ ଥୁବା ଶିକ୍ଷାନୁଷ୍ଠାନ ଗୁଡିକର ଅଭିଭାବକ, ସ୍ଥାନୀୟ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ମଧ୍ୟ ଚେୟାର ପକାଇ ଗେଟ ଆଗରେ ବସି ରହି ଥିଲେ l ଆଜି ଓଡିଶା ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ, କାଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ଓ ମହାସଚିବ ଅଶୋକ ପାଇକରାୟଙ୍କ ସହିତ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନର ଆବାହକ ଭକ୍ଷlକାରି ତ୍ରିପାଠୀ, ବରିଷ୍ଠ ସଦସ୍ୟ ଶୀଧେଶ୍ୱର ନାୟକ, ବିଶିଷ୍ଟ ବ୍ୟାଙ୍କର ଶ୍ରୀ ଯୁକ୍ତ ବlସା, ସତ୍ୟବ୍ରତ ମହାନ୍ତି, ସୁବ୍ରତ ସାହୁ,ଚିନ୍ତାମଣି ବାରିକ, ପ୍ରତାପ ସାହୁ,ସୈନିକ ସ୍କୁଲ ଅଭିଭାବକ ସଂଘ ସଭାପତି ଆଶୁତୋଷ ମିଶ୍ର, ଙ୍କ ସମେତ କର୍ମକର୍ତ୍ତା ଆଜିର ବୈଠକ ରେ ଉପସ୍ଥିତ ଥିଲେ l ପୂର୍ବରୁ ଏ ସଂକ୍ରାନ୍ତ ରେ ସମସ୍ତଙ୍କୁ ଦାବୀ, ଚିଠି ଓ ପ୍ରସ୍ତାବ ଦିଆ ସାରିଛି l ଏପରି କି ମାନ୍ୟବର ରାଜ୍ୟପାଳ ଶ୍ରୀ କେ ହରିବାବୁଙ୍କୁ ଭେଟି ଆଲୋଚନାରେ ସୈନିକ ସ୍କୁଲ ଭଳି ଗୌରବମୟ ଅନୁଷ୍ଠାନର ସ୍ଥାନାନ୍ତରଣ ଆଦୌ ଗ୍ରହଣୀୟ ନୁହେଁ ତେଣୁ ଏ ସମ୍ପର୍କରେ ସେ କେନ୍ଦ୍ର ପ୍ରତିରକ୍ଷା ବିଭାଗ ସହିତ ଆଲୋଚନା କରିବେ ବୋଲି ରାଜ୍ୟପାଳ କହିଥିଲେ l ସହର ମଧ୍ୟରେ ଅଳିଆ ଗଦା ରହିବା ସହିତ ସେହି ଅଂଚଳରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, 10 ରୁ ଉର୍ଦ୍ଧ ସରକାରୀ ପ୍ରାଥମିକ ସ୍କୁଲ, ଉଚ୍ଚ ମାଧ୍ୟମିକ ସ୍କୁଲ, ବେସରକାରୀ ସ୍କୁଲ, ବାଲସୈନିକ ସ୍କୁଲ, ସୈନିକ ସ୍କୁଲ, ଉତ୍କଳ ବିଶ୍ଵବିଦ୍ୟାଳୟ, ଆପୋଲୋ ହସ୍ପିଟାଲ, ଦୂରଦର୍ଶନ, ରେଳ ବିଭାଗ ମରାମତି କାରଖାନା ସହ ଗାଡ଼କଣ, ରଙ୍ଗାମାଟିଆ, ଧିରୁକୁଟି ବସ୍ତି, ଭିଏସଏସ ନଗର, ଲଷ୍ମୀ ବିହାର, ଗଜପତି ନଗର ଠାରୁ ଆରମ୍ଭ କରି ବହୁ କଲୋନୀ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି l ବହୁ ପିଲାମାନେ ଚର୍ମ ରୋଗ, କୀଡୀନି ସମସ୍ୟା ପରି କଷ୍ଟକର ରୋଗରେ ଆକ୍ରାନ୍ତ ହୋଇଛନ୍ତି l ତତସହିତ ଅଂଚଳର ଦଶ କିଲୋମିଟର ପରିଧିରେ ଲୋକ ଦୁର୍ଗନ୍ଧ ସହ ସ୍ୱାସ୍ଥ୍ୟ ସମସ୍ୟlରେ ହଇରାଣ ହେଉଛନ୍ତି l ଦୁର୍ଗନ୍ଧ କୁ ଚପେଇବା ପାଇଁ ରାସlୟନିକ ପଦାର୍ଥ ପକେଇବା ଫଳରେ ବହୁ ଅସାଧ୍ୟ୍ୟ ରୋଗ ଓ ମହାମାରୀ ହେବାର ଆଶଙ୍କା କରାଯାଉଛି l ପାଖାପାଖି 250 ଲୋକ କୀଡୀନି ରୋଗରେ ଆକ୍ରାନ୍ତ ହୋଇ ଚିକିଶ୍ଚିତ ହେଉଛନ୍ତି l ଏହାର କାରଣ କେହି ଜାଣିପାରୁ ନାହାନ୍ତି l ପ୍ରକାଶ ଥାଉ କି ଓଡିଶା ଅଭିଭାବକ ମହାସଂଘ, ସୈନିକସ୍କୁଲ ପୁରାତନ ଛାତ୍ର ସଙ୍ଘ, ଲକ୍ଷ୍ମୀ ବିହାର ଉନ୍ନୟନ କମିଟି, ଗlଡ଼କଣ ଗ୍ରାମବାସୀ କମିଟି, ସିଟିଜେନ ଫୋରମ, ଭି ଏସ ଏସ ନଗର ସାଂସ୍କୃତିକ କମିଟି ସ୍ଥାନୀୟ ବୁଦ୍ଧିଜୀବୀଙ୍କୁ ନେଇ ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ "ଅଲିଅଗଦା ହଟାଇବା ଓ ସୈନିକ ସ୍କୁଲ ବଞ୍ଚାଅ" ନାମରେ ସଂଗଠନ କରି ସୈନିକ ସ୍କୁଲ ସ୍ଥାନାନ୍ତରଣ ପ୍ରସ୍ତାବକୁ ଜୋରଦାର ବିରୋଧ ଜାରି ରଖିଛି l

ସୈନିକ ସ୍କୁଲ ଭୁବନେଶ୍ୱର, ଓଡିଶା, ତଥା ଭାରତର ଗର୍ବ ଗୌରବ ଭାବେ ଅନୁଷ୍ଠାନ ଭାବେ 1962 ମସିହାରୁ ପ୍ରତିଷ୍ଠିତ ଭୁବନେଶ୍ୱର ଦେଶର ସୁରକ୍ଷା ଓ ଉନ୍ନତି ପାଇଁ ସର୍ବୋକ୍ତୃଷ୍ଟ ଯୋଗଦାନ କରିଆସୁଛି l ଅନେକ ବରିଷ୍ଟ ସେନାଧିକାରୀ, ଆଇ ଏ ଏସ, ଆଇ ପି ଏସ, ଆଇ ଏଫ ଏସ ତଥା ବହୁତ ରାଜନେତା ସୃଷ୍ଟି କରିବାର ଗୌରବ ବହନକରୁଛି l ବର୍ତମାନ ରାସ୍ତା ସମ୍ପ୍ରସାରଣ ଓ ଅସ୍ଥାୟୀ ଡମ୍ପିଙ୍ଗ ୟାର୍ଡ ଆଳରେ ସରକାର ସୈନିକ ସ୍କୁଲକୁ ସ୍ଥାନାନ୍ତରଣ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି l ସୈନିକ ସ୍କୁଲ ପରିସରରେ ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଶହ ଶହ ସହିଦଙ୍କ ଶ୍ରଦ୍ଧାଞ୍ଜଳି ପାଇଁ ସ୍ମାରକୀ ସହିତ ଆମର ଯବାନ ଜ୍ୟୋତି ସର୍ବଦା ଜ୍ୱଳନ ରହିଛି l ଏହା ମଧ୍ୟ ଏକ ଐତିହ୍ୟ ସ୍ଥଳୀ ସଦୃଶ l ଯୋଗାଯୋଗ ଆବଶ୍ୟକ ନିମିତ୍ତ ରାସ୍ତା ପାଇଁ ଏଭଳି ଏକ ଗୌରବ ମୟ ଅନୁଷ୍ଠାନ ର ସ୍ଥାନାନ୍ତରଣ କୁ ସମସ୍ତେ ଜୋରଦାର ବିରୋଧ କରୁଛନ୍ତି l ଆଜିର ଅତ୍ୟାଧୁନିକ ଜ୍ଞାନ କୌଶଳ ଯୁଗରେ ଏଥିପାଇଁ ଓଭର ବ୍ରିଜ ଭଳି ଅନେକ ବିକଳ୍ପ ପ୍ରସ୍ତାବ ମଧ୍ୟ ନିଆଯାଇପାରିବ l ପୂର୍ବରୁ ଅସ୍ଥାୟୀ ଡମପିଙ୍ଗ ୟାର୍ଡ଼ ବା ଅଲିଅଗଦା ଉଠେଇ ନେବା ପାଇଁ ଅନେକ ବିରୋଧ ଓ ଆନ୍ଦୋଳନ ସତ୍ୱେ ଏପର୍ଯ୍ୟନ୍ତ ତାର ସମାଧାନ ହୋଇ ପାରିନି l ଅଳିଆ ଗଦା ଉଠାଇବା ପରିବର୍ତ୍ତେ ସୈନିକ ସ୍କୁଲ ଭଳି ଗର୍ବ ଗୌରବମୟ ଅନୁଷ୍ଠାନ ଉଠେଇ ନେବା ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ l ଅଳିଆ ଗଦା ଯୋଗୁ ଏ ଅଂଚଳ ର ଲୋକ ଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଲାଣି l ଅନେକ ଦୁରାରୋଗ୍ୟ ସହ ଦୁର୍ଗନ୍ଧରେ ଏ ଅଂଚଳ ଫାଟି ପଡୁଛି l ତାର ସମାଧାନ ପରିବର୍ତ୍ତେ ବଡ଼ ବଡ଼ ସେଡ କରି ଦିନକୁ ଦିନ ଅନେକ ମେସିନ ବସାଇ ତାର ସମ୍ପ୍ରସାରଣ କରାଚାଲିଛି l ତେଣୁ ସମସ୍ତ ଅଂଚଳ ବାସୀ ଏହି ନିଷ୍ପତି କୁ ଜୋରଦାର ବିରୋଧ କରିଛନ୍ତି l ସୈନିକ ସ୍କୁଲ ସ୍ଥାନାନ୍ତରଣ ନିଷ୍ପତି ପ୍ରତ୍ୟାହାର ଓ ଅସ୍ଥାୟୀ ଡାମପିଙ୍ଗ ୟାର୍ଡ଼କୁ ହଟାଇବା ପାଇଁ ସୈନିକ ସ୍କୁଲ ଚତୁର୍ପାଶ୍ୱ ଅଂଚଳ ରେ ଗାଡ଼କଣ, ରଙ୍ଗାମାଟିଆ, ଆଦିମାତା କଲୋନୀ, ଧୀ୍ରିକୂଟ ବସ୍ତି, ଲକ୍ଷ୍ମୀ ବିହାର ଆଚାର୍ଯ୍ୟ ବିହାର, ଭି ଏସ ଏସ ନଗର, ଡମଣା, ବାଣୀବିହାର, ଆଦି ଅଂଚଳର ମୁରବି ଏବଂ ବୁଦ୍ଧିଜୀବୀ ମଧ୍ୟ ଆଜିର ଜନ ପ୍ରତିବାଦ ରେ ସାମିଲ ହୋଇଥିଲେ l