ଫରୱାର୍ଡ଼ ବ୍ଲକ ର ନବରଙ୍ଗପୁର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ
Forward Bloc, Odisha
*ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ଦଳ ଫରୱାର୍ଡ଼ ବ୍ଲକ ର ନବରଙ୍ଗପୁର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ
ନବରଙ୍ଗପୁର, ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ(୦୭. ୦୬. ୨୦୨୫) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଗଠିତ ରାଜନୈତିକ ଦଳ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲଜ ର ନବରଙ୍ଗପୁର ଜିଲ୍ଲା ସମ୍ମିଳନୀ ଆଜି ନବରଙ୍ଗପୁରସ୍ଥିତ ଅମଲା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଠ ଶ୍ରମିକନେତା ସୁଶାନ୍ତ କୁମାର ସୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଫରୱାର୍ଡ଼ ବ୍ଲକ ର ସଂଗ୍ରାମୀ ପତାକା କୁ ଉତ୍ତୋଳନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି ଅବସରରେ ବକ୍ତବ୍ୟ ରଖି ନେତାଜୀଙ୍କ ସୁଭାଷବାଦୀ ତଥା ସମାଜବାଦୀ ବିଚାର ଭାରତବର୍ଷର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥା ର ପରିବର୍ତନ ପାଇଁ ଏକ ମାତ୍ର ବିକଳ୍ପ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ l ଭାରତବର୍ଷର ଜନଜୀବନକୁ ଦେଶପ୍ରେମର ମହାମନ୍ତ୍ରରେ ଉଦବୃଦ୍ଧ କରିବା ସହିତ ତ୍ୟାଗ ଓ ସେବାର ଯେଉଁ ଋଦ୍ଧିମନ୍ତ ଉଦାହରଣ ନେତାଜୀ ଦେଖାଇଥିଲେ ଆଜିର ଯୁବପିଢ଼ି ସେହି ପଥକୁ ଅନୁସରଣ କରିବା ପାଇଁ ଆହ୍ୱାନ କରିଥିଲେ । ୭୭ ବର୍ଷର ସ୍ୱାଧିନତା ପରେ ମଧ୍ୟ ଆମ ଦେଶରେ ବେକାରୀ, ଦାରିଦ୍ର୍ୟ, ରାଜନୈତିକ ବ୍ୟବସ୍ଥାର ନୈତିକ ଅଧୋପତନ, ସାମାଜିକ ଜୀବନ ଅସନ୍ତୁଳନ ଭଳି ସମସ୍ୟାରେ ଦେଶବାସୀ ଜର୍ଜରିତ । ଦେଶର ଛାତ୍ର ଉପଯୁକ୍ତ ଗୁଣାତ୍ମକ ଶିକ୍ଷାରୁ ବଂଚିତ । ଶିକ୍ଷାର ଅବକ୍ଷୟମୁଖୀ ବ୍ୟବସାୟରେ ଆମ ଦେଶର କୋଟି କୋଟି ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣର ସୁଯୋରୁ ବଂଚିତ ହେଉଛନ୍ତି । ଭାରତବର୍ଷର ଶିକ୍ଷା ବ୍ୟବସ୍ଥାକୁ ଏକ ବ୍ୟବସାୟରେ ପରିଣତ କରିଦିଆଯାଉଛି । ଅନ୍ୟପକ୍ଷରେ ଦେଶର ଯୁବଗୋଷ୍ଠୀ ପାଇଁ ନିଯୁକ୍ତିର ସୁଯୋଗ ନାହିଁ । ଅଭାବର ତାଡ଼ନାରେ ବେକାର ଯୁବକ ଆତ୍ମହତ୍ୟା କରୁଛି । କୃଷକମାନେ ଉପାର୍ଜନ କରୁଥିବା ଫସଲର ଉପଯୁକ୍ତ ମୂଲ୍ୟ ପାଇ ପାରୁନାହାନ୍ତି । ଅନ୍ୟପଟରେ ଦେଶର କୃଷି ବ୍ୟବସ୍ଥାକୁ କମ୍ପାନୀମାନଙ୍କ ହାତକୁ ଟେକିଦେବା ପାଇଁ ଡବଲ ଇଞ୍ଜିନର ସରକାର ଯୋଜନାବଦ୍ଧ ଷଡଯନ୍ତ୍ର ଚଲାଇଛନ୍ତି । ସାରା ଦେଶରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଦେଶର ଅର୍ଥନୈତିକ ଅବସ୍ଥା ସମ୍ପୂର୍ଣ୍ଣ ଭାବରେ ଭୁଷୁଡ଼ି ପଡ଼ିଛି । ଦରଦାମ ଦୃଦ୍ଧିକୁ ନିୟନ୍ତ୍ରଣ କରିବାରେ ଡ଼ବଲ ଇଞ୍ଜିନ ସରକାର ବିଫଳ ହୋଇଛି । ଦୁର୍ନୀତି ସୀମା ଲଘିଂଲାଣି । ଏହିଭଳି ମୁହୂର୍ଦ୍ଭରେ ଭାରତବର୍ଷର ମହାନ ସ୍ୱାଧିନତା ସଂଗ୍ରାମୀ , ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ୍ର ସମ୍ମିଳନୀରେ ଯୋଗଦେଇ ଥିବା ସଂଗ୍ରାମୀ ସାଥିମାନେ ନେତାଜୀଙ୍କ ରାସ୍ତାରେ ଐକ୍ୟବଦ୍ଧ ଆନ୍ଦୋଳନ ଗଢି ତୋଳିବାକୁ ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଆହ୍ୱାନ କରିଥିଲେ l ଏହି ସମ୍ମିଳନୀରେ ସମ୍ମାନିତ ଅତିଥି ଭାବରେ ଟିୟୁସିସି ର ରାଜ୍ୟ ସମ୍ପାଦକ ସୁଶୀଲ ଥାନପତି, ଅଲ ଇଣ୍ଡିଆ ସ୍ଟୁଡେଣ୍ଟସ ବ୍ଲକ ର ରାଜ୍ୟ ସମ୍ପାଦିକା ଦିଶା ଆଜାଦ ପ୍ରମୁଖ ବକ୍ତବ୍ୟ ରଖି ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଜନବିରୋଧୀ ନୀତିଗୁଡିକର ତୀବ୍ର ସମାଲୋଚନା କରିବା ସହ ଜନତାଙ୍କ ଅଧିକାର ପାଇଁ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ lଏହି ଜିଲ୍ଲା ସମ୍ମିଳନୀରେ ଏକ ପନ୍ଦର ଜଣିଆ ଜିଲ୍ଲା କମିଟି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ l ଏହି କମିଟିର ସଭାନେତ୍ରୀ ରୂପେ ବିଳାସିନୀ ହିଆଲ, ଉପସଭାପତି ରୂପେ ନିଶା ଭୋତ୍ରା, ପ୍ରତ୍ୟୁଷ କିରଣ ମହାନ୍ତି, ସାଧାରଣ ସମ୍ପାଦକ ରୂପେ ସୁଶାନ୍ତ କୁମାର ସୁନା, ସମ୍ପାଦକ ରୂପେ ରଂଜିତା କୁମାରୀ ନାୟକ, କାନ୍ତିମା ହରିଜନ, ବିଶ୍ୱଜିତ ଉଡ଼ୁକୁଡା, କୈଳାସ ହରିଜନ,କୋଷାଧ୍ୟାକ୍ଷା ରୂପେ ଅଙ୍କିତା ସୁନା ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ l ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l