୧୫ ତାରିଖ ସୁଦ୍ଧା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟୟ ଟିକେଟ ଆସିବ 

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଆସନ୍ତା ୧୫ ତାରିଖ ସୁଦ୍ଧା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟୟ ଟିକେଟ ଆସିବାର ସମ୍ଭାବନା ରହିଛି । ଶନିବାର ସ୍କ୍ରିନି ବୈଠକ ଓ ରବିବାର ସିଇସି ବୈଠକ ବସିବ । ବୈଠକ ଚୂଡାନ୍ତ ପରେ ଓଡ଼ିଶାର ଆଉ ଏକ ପ୍ରାର୍ଥୀ ତାଲିକା ଆସିବ ବୋଲି କୁହାଯାଉଛି । ବିଜେପି ଓ ବିଜେଡି ସେମାନଙ୍କର ଲୋକସଭା ପ୍ରାର୍ଥୀମାନଙ୍କର ଘୋଷଣା କରିସାରିଥିଲେ ବି ଏଯାଏ କଂଗ୍ରେସର ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା ଏଯାଏଆସିନାହିଁ ।

୧୫ ତାରିଖ ସୁଦ୍ଧା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟୟ ଟିକେଟ ଆସିବ