ତିନି ମାସ ମଧ୍ୟରେ ରେଳବାଇ ଆରପିଏଫ୍ ୧୦୬୦ କେଜି ନିଷେଧାଦେଶ ଜବତ କରିଛି
ପୂର୍ବ ତଟ ରେଳବାଇ ରେଳ ସୁରକ୍ଷା ବଳ (ଆରପିଏଫ୍) ପକ୍ଷରୁ ଜାନୁଆରୀରୁ ମାର୍ଚ୍ଚ -୨୦୨୪ ମଧ୍ୟରେ ନିଷେଧ ସାମଗ୍ରୀ ଯଥା ଗଞ୍ଜେଇ ପରିବହନ ବିରୁଦ୍ଧରେ ବିଶେଷ ଅଭିଯାନ ଆରମ୍ଭ କରାଯାଇ ଥିଲା l ଏହି ସମୟ ମଧ୍ୟରେ ୫୬ ଟି ମାମଲା ରୁଜୁ କରାଯାଇ ପ୍ରାୟ ୧୦୬୦ କେଜି ଗଞ୍ଜେଇ ଜବତ କରାଯାଇଅଛି l ଯାହାର ଆନୁମାନିକ ମୂଲ୍ୟ ୮୧,୨୧,୯୦୫ / - ଅଟେ ଏହି ସମ୍ବନ୍ଧରେ ୮୮ ଜଣ ଲୋକଙ୍କୁ ଗିରଫ କରାଯାଇ NDPS ଅଧିନିୟମ ଅନୁଯାୟୀ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି l