ପଳାଶୁଣୀ ଅଳିଆ ପ୍ଲାଣ୍ଟ କୁ ଉଦଘାଟନ କରିବେ ଜନତା

#BMC #GARBAGE #BHUBANESWAR #ODISHA

ରବିବାର ଦିନ ଲୋକଙ୍କ ଦ୍ୱାରା ପଳାଶୁଣୀ ପ୍ଲାଣ୍ଟର ଶୁଭ ଉଦଘାଟନ

 

ଅଳିଆଗଦା ହଟାଅ ଓ଼ ସୈନିକସ୍କୁଲ ବଞ୍ଚାଅ ଅଭିଯାନ l

====================

ଭୁବନେଶ୍ୱର ତା 23. 05.2025(ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ) ଆସନ୍ତା 25 ତାରିଖ ରବିବାର ସକାଳ 9 ଘଟିକା ରେ ପଳାଶୁଣୀସ୍ଥିତ ଶୁଖିଲା ବର୍ଯ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ରକଳ୍ପର ପୂଜାଵିଧି ଅନୁସାରେ ପୂଜା କରିବା ସହ ନଡ଼ିଆ ବାଡେଇ ଶୁଭ ଉଦଘାଟନ ଲୋକଙ୍କ ସରକାରରେ ଲୋକମାନେ କରିବେ ବୋଲି ଆଜି ସୈନିକ ସ୍କୁଲ ବଞ୍ଚାଅ ଓ଼ ଅଳିଆ ଗଦା ହଟାଅ ଅଭିଯାନ ଘୋଷଣା କରିଛି l ସୈନିକ ସ୍କୁଲ ବଞ୍ଚାଅ ଓ ଅଳିଅଗଦା ହଟାଅ- ଅଭିଯାନର କର୍ମକର୍ତ୍ତାଙ୍କ ତରଫରୁ ଗତ ସଭାର ନିଷ୍ପତି ଅନୁସାରେ ଆଜି ଏହି ଗୁରୁତ୍ୱପୂର୍ଣ ନିଷ୍ପତି ନିଆଯାଇଛି l ଅଭିଯାନର ବରିଷ୍ଠ କର୍ମକର୍ତା ତଥା ଭୁବନେଶ୍ୱର ଉନ୍ନୟନ ପରିଷଦ ସଭାପତି ବାସୁଦେବ ଭଟ୍ଟ, ଦିଲୀପ ଦାସଶର୍ମା, ଅଶୋକ ପାଇକରାୟ, ପ୍ରସନ୍ନ ବିଶୋଇ, ରିଙ୍କୁ ସାମନ୍ତରାୟ, ପ୍ରତାପ ରାଉତରାୟ, ଅଶୋକ ପାଲଟାସିଂହ, ଲୋକେଶ କୁମାର, ଚିନ୍ତାମଣି ବାରିକ, ଆବାହକ ଭିକ୍ଷାକାରି ତ୍ରିପାଠୀ ପଳାଶୁଣୀ ପରିଦର୍ଶନ କରିବା ସହ ପୂଜାର ସମସ୍ତ ବ୍ୟବସ୍ଥା କରିଛନ୍ତି l ଭୁବନେଶ୍ୱର ସହରର ଦୈନିକ ପ୍ରାୟ 350 ମେଟ୍ରିକ ଟନ ଶୁଖିଲା ଓ କଞ୍ଚା ଅଳିଆ ସୈନିକ ସ୍କୁଲ ଅଳିଆ ଗଦାକୁ ଯାଉଛି l ସେଥିପାଇଁ ସେହି ଅଂଚଳରେ ପ୍ରାୟ ଦଶ କିମି ପରିଧିରେ ଦୁର୍ଗନ୍ଧ ସହ ଲୋକଙ୍କ ପାଇଁ ବଂଚିବା ଦୁର୍ବିସହ ହୋଇ ପଡିଛି l ବହୁ ଦିନରୁ ବିଭିନ୍ନ ସ୍ତରରେ ବିରୋଧ ସହିତ ବର୍ତମାନ ଅଳିଆଗଡା ଅଭିଯାନ ମଧ୍ୟ ଜୋରଦାର କାର୍ଯ୍ୟକ୍ରମ ଚାଲୁ ରଖିଛି l ପୂର୍ବରୁ ସମସ୍ତ ଶୁଖିଲା ବର୍ଯ୍ୟବସ୍ତୁର ପ୍ରକ୍ରିୟାକରଣ ସହ ସହରବାସୀଙ୍କୁ ଆବର୍ଜନା ଜନିତ କଷ୍ଟରୁ ମୁକ୍ତି ଦେବାକୁ ପଳାଶୁଣୀ ଠାରେ ଏକ ବୃହତ ଶୁଖିଲା ଅଳିଆ ପ୍ରକ୍ରିୟା କରଣ ପ୍ରକଳ୍ପ ସ୍ଥାପନ କରାଯାଇଛି l ଏହି ପ୍ରକଳ୍ପ ସମ୍ପୂର୍ଣ କାର୍ଯ୍ୟକ୍ଷମ ଉପଯୋଗୀ ହୋଇ ସାରିଛି l ଦୈନିକ 150 ମେଟ୍ରିକ ଟନ ଶୁଖିଲା ଅଳିଆ ସେଠାରେ ପ୍ରକ୍ରିୟାକରଣ ହୋଇ ପାରିବ l ସବୁ କାମ ସମ୍ପୂର୍ଣ୍ଣ ହୋଇଛି, ମାତ୍ର ସରକାରଙ୍କ ଅବହେଳା ପାଇଁ କେବଳ ଶୁଭ ଉଦଘାଟନ ଅପେକ୍ଷାରେ ଅଛି l ତେଣୁ ଏହାର ଶୁଭ ଉଦଘାଟନ କରି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସରକାରଙ୍କ ନିକଟରେ ଚାପ ପ୍ରୟୋଗ କରିବାକୁ ଅଭିଯାନ ନିଷ୍ପତି ନେଇଛି l ଏଥିରେ ସଦୟ ଉପସ୍ଥିତି ସହ ଲୋକଙ୍କ ସରକାର ଲୋକମାନଙ୍କ ଦ୍ୱାରା ଏହାର ଶୁଭ ଉଦଘାଟନ କରିବାକୁ ଯାଉଥିବାରୁ, ଏଥିରେ ଯୋଗଦାନ କରିବlକୁ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ, ମାନ୍ୟବର ମେୟର, ନଗର ଉର୍ଣ୍ଣୟନ ପ୍ରମୁଖ ସଚିବ, ବିଏମସି କମିଶନର ଙ୍କୁ ଅଭିଯାନ ତରଫରୁ ନିମନ୍ତ୍ରଣ ମଧ୍ୟ୍ୟ କରାଯାଇଛି l ଅନେକ ବରିଷ୍ଠ ନାଗରିକ ଙ୍କ ସହିତ ଶହ ଶହ ଜନସାଧାରଣଙ୍କ ଉପସ୍ଥିତିରେ ଏହି ଉଦଘାଟନ କାର୍ଯ୍ୟକ୍ରମ ହେବ l ଏହା କାର୍ଯ୍ୟକ୍ରମ ହେଲେ ଭୁବନେଶ୍ୱରର ଏହି ମୌଳିକ ସମସ୍ୟା ଲାଘବ ହେବ l ଦୁର୍ଗନ୍ଧ ରୁ ମୁକ୍ତି ପାଇଁ ଉପରୋକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ସାଧାରଣ ମଧ୍ୟ ଯୋଗ ଦେବାକୁ ଅଭିଯାନ ତରଫରୁ ବିନମ୍ର ନିବେଦନ କରାଯାଇଛି l