ଓଡିଶାର ଉଚ୍ଚତମ ଶୃଙ୍ଗ ଦେଓମାଳିରୁ  ଭୋଟର ସଚେତନତା ବାର୍ତା

ଦାମନଯୋଡି/କୋରାପୁଟ,୧୪/୪ ଓଡିଶା ସାରା ଆସନ୍ତା ମେ ମାସ ଠାରୁ  ବିଧାନସଭା ଓ ଲୋକସଭା ନିର୍ବାଚନ ହେବାକୁ ଯାଉଅଛି । କୋରାପୁଟ ଜିଲାରେ ଆସନ୍ତା ମେ ମାସ ୧୩ ତାରିଖ ଦିନ  ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ କରାଯିବ । ଗତ  ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ଭୋଟ ପ୍ରତିଶତ ବୃଦ୍ଧି ନିମନ୍ତେ ଜିଲା ପ୍ରଶାସନ କୋରାପୁଟ  ତରଫରୁ ଓଡିଶାର ଉଚ୍ଚତମ ଶୃଙ୍ଗ ଦେଓମାଳି ଠାରେ ପର୍ବତାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ  ଜିଲାପାଳ କୋରାପୁଟ     ଶ୍ରୀଯୁକ୍ତ ୱି, କୀର୍ତିଭାସନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି   ଜିଲାର ସମସ୍ତ ଭୋଟରମାନଙ୍କୁ   ନିଜ ନିଜର ଭୋଟଦାନ କେନ୍ଦ୍ର ପହଚିଂ  ସେମାନଙ୍କ ମତଦାନ ସାବ୍ୟସ୍ତ କରିବାକୁ ବିଭିନ୍ନ ସଚେତନତା ବାର୍ତା  ମାଧ୍ୟମରେ ଅନୁରୋଧ କରିଥିଲେ ।  ଏହି ଅବସରରେ   ଜିଲାପାଳ  ପ୍ରଥମ ଥର କରି ମତଦାନ କରିବାକୁ ଥିବା ନୁତନ ତଥା ଯୁବ ଭୋଟରମାନଙ୍କୁ  ଅନୁରୋଧ କରିବା ଏବଂ ପୃଥିବୀର ସର୍ବବୃହତ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାମିଲ ହୋଇ ମତଦାନ କରିବା ପାଇଁ ଉତ୍ସାହିତ କରିଥିଲେ । ଦେଓମାଳି ଯେପରି ଓଡିଶାର ଉଚ୍ଚତମ ଶୃଙ୍ଗ ହିସାବରେ ପରିଚିତ ଠିକ ସେହିଭଳି କୋରାପୁଟର ଭୋଟର ହାର ସମଗ୍ର ଓଡିଶାରେ କିଭଳି ସର୍ବାଧିକ ରହିବ ସେ ନେଇ  ମତବ୍ୟକ୍ତ ରଖିଥିଲେ । ଏଭଳି ପର୍ବତାରୋହଣ ଭଳି ଦୁଶାହାସିକ ଅଭିଯାନ   ମାଧ୍ୟମରେ ଏସ ଭି ିଇ ଇ ପି ଆନୁକୁଲ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ  ଭୋଟ ଦେବ କୋରାପୁଟ

ଓଡିଶାର ଉଚ୍ଚତମ ଶୃଙ୍ଗ ଦେଓମାଳିରୁ  ଭୋଟର ସଚେତନତା ବାର୍ତା