ବରଗଡ଼ର ଝାରବନ୍ଧରେ ପୋଲିସକୁ ଆକ୍ରମଣ ଘଟଣାରେ ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ

Union Minister expressed concern over the attack on the police in Jharbandh, Bargarh

ବରଗଡ଼ର ଝାରବନ୍ଧରେ ପୋଲିସକୁ ଆକ୍ରମଣ ଘଟଣାରେ ଚିନ୍ତାପ୍ରକଟ କଲେ କେନ୍ଦ୍ରମନ୍ତ୍ରୀ

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଥିବା ବେଳେ ପୋଲିସ ଅସୁରକ୍ଷିତ – ଧର୍ମେନ୍ଦ୍ର

•  ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା କଣ ୨୫ ବର୍ଷ ଶାସନର ଉପଲବ୍ଧି ?

ସମ୍ବଲପୁର, ଏପ୍ରିଲ 12 – ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ନିତ୍ୟାନନ୍ଦପୁର ଗାଁରେ ସ୍ଥାନୀୟ ପୋଲିସ ଆକ୍ରମଣର ଶୀକାର ହେବା ଘଟଣାରେ ଗଭୀର ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନ ସୋସିଆଲ ମିଡିଆ "ଏକ୍ସ"ରେ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ପୋଲିସ ଅସୁରକ୍ଷିତ ହୋଇପଡ଼ିଛି । ଗଞ୍ଜେଇ ବେପାରୀକୁ ଧରିବାକୁ ଯାଇଥିବା ବେଳେ ମହିଳା ଥାନାଧିକାରୀଙ୍କୁ ଗୋଟିଏ ଘରେ ବନ୍ଦୀ କରିବା ସହ ଅନ୍ୟ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଏହା ରାଜ୍ୟ ସରକାରଙ୍କ ଆଇନଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି । ଏହା କଣ ୨୫ ବର୍ଷ ଦୀର୍ଘ ଶାସନର ଉପଲବ୍ଧି କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।